ରାଜ୍ୟରେ ୧୯୮ ଜଣ ନୂଆ ପଜିଟିଭ ଚିହ୍ନଟ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୯୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେକି ୨ ଜଣଙ୍କ ମୃତ୍ୟୁ ହୋଇଛି । ଏମଧ୍ୟରୁ ୧୧୫ ଜଣ କ୍ଵାରେଣ୍ଟୀନ ସେଣ୍ଟରର ହୋଇଥିବା ବେଳେ ୮୩ ଜଣ ଲୋକାଲ କଣ୍ଟକଟର ବୋଲି ଜଣାଯାଇଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩୪ ଜଣ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୭ ଜଣ ଅଛନ୍ତି । ସୂଚନା ଦେଉଛୁକି ଏଯାବତ ରାଜ୍ୟରେ ୭ କୋଟି ୪୪ ହଜାର ୮୮୩

ସାମ୍ପଲ ପରୀକ୍ଷଣ ହୋଇଥିବା ବେଳେ ସେମଧ୍ୟରୁ ୩ ଲକ୍ଷ ୩୦ ହଜାର ୬୯୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ ୩ ଲକ୍ଷ ୨୬
ହଜାର ୫୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ୨୪ ଘଣ୍ଟା ଭିତରେ ୨୯୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୨୨୪୩ ଟି ଆକ୍ଟିଭ କେସ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.