ଗର୍ଭାବସ୍ଥାରେ ବେବି ବମ୍ପ୍‌ ସହ ଜିମରେ ଓ୍ଵାର୍କଆଉଟ୍‌ କରୁଛନ୍ତି ଅନୁଷ୍କା ଶର୍ମା, ଭାଇରାଲ ହେଉଛି ଭିଡିଓ

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବହୁତ ଜଲଦି ନିଜର ପ୍ରଥମ ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି। ପ୍ରେଗନାନ୍ସୀ ପିରିୟଡ୍‌ ସମୟରେ ଅନୁଷ୍କା ସବୁଆଡୁ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ସେ କେବଳ ଫଟୋ ଶୁଟ କରୁନାହାଁନ୍ତି ବରଂ ସେ ନିଜ ଓ୍ଵାର୍କଆଉଟ୍‌ ମଧ୍ୟ ଲଗାତର ଜାରି ରଖୁଛନ୍ତି। ଏବେ ଅନୁଷ୍କା ଶର୍ମା ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ଟ୍ରେଡମିଲରେ ଜଗିଙ୍ଗ୍‌ କରୁଥିବା ନଜର ଆସୁଛି।

ଏହି ବୁମରାଙ୍ଗ୍‌ ଭିଡିଓରେ ହ୍ଵାଇଟ ଟିସାର୍ଟ ଏବଂ ବ୍ଲାକ ଜେଗିଙ୍ଗ୍‌ ପିନ୍ଧିଥିବା ନଜର ଆସୁଛି। ଅନୁଷ୍କାଙ୍କ ଡେଲିଭରୀ ଡେଟ୍‌ ଏବେ ବହୁତ ପାଖେଇ ଆସିଲାଣି। ଏଥିପାଇଁ ସେ ଡାକ୍ତରଙ୍କ ପାଖରେ ରୁଟିନ୍‌ ଚେକଅପ୍‌ ପାଇଁ ମଧ୍ୟ ଯାଉଛନ୍ତି। ସେହିପରି ଅନ୍ୟପଟେ ଜିମ୍‌ ଏବଂ ଯୋଗ ଆକ୍ଟିଭିଟିଜରୁ ମଧ୍ୟ ନିଜକୁ ଦୂରେଇ ପାରୁନାହାଁନ୍ତି। ଅନୁଷ୍କା ଶର୍ମା ନିଜକୁ ସେହି ବଲିଉଡ୍‌ ଆକ୍ଟ୍ରେସଙ୍କ ଲିଷ୍ଟରେ ସାମିଲ କରିଛନ୍ତି ଯେଉଁମାନେ ପ୍ରେଗନାନ୍ସୀ ପିରିୟଡରେ ଓ୍ଵାର୍କ ଫ୍ରଣ୍ଟ ଏବଂ ଫିଜିକାଲୀରେ ବହୁତ ଆକ୍ଟିଭ୍‌ ଅଛନ୍ତି।


ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ଫ୍ୟାନ୍ସ ମଧ୍ୟ ନିଜର ପ୍ରଥମ ପିଲାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସୋସିଆଲ ମିଡିଆରେ ଏହାକୁ ନେଇ ସବୁବେଳେ କିଛି ନା କିଛି ପୋଷ୍ଟ କରୁଛନ୍ତି ଦମ୍ପତି। ବିରାଟ କୋହଲୀ ମଧ୍ୟ ପ୍ରେଗନାନ୍ସୀ ସମୟରେ ଅନୁଷ୍କା ଶର୍ମାଙ୍କୁ ଫୁଲ୍‌ ସପୋର୍ଟ କରୁଛନ୍ତି। ଗତ କିଛି ଦିନ ତଳେ ଉଭୟେ ଏକ ଫଟୋ ପାଇଁ ଖୁବ୍‌ ଭାଇରାଲ ହୋଇଥିଲେ, ଯେଉଁଥିରେ ବିରାଟ ଶୀର୍ଷାସନ କରିବାରେ ଅନୁଷ୍କା ଶର୍ମାଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by AnushkaSharma1588 (@anushkasharma)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.