Below header

ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହେଲା ଏକ କେଜି ସୁନା, ମୂଲ୍ୟ ପାଖାପାଖି ୫୨ ଲକ୍ଷ ଟଙ୍କା

ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ । ଜବତ ହେଲା ଏକ କେଜି ସୁନା । କ୍ୱାଲାଲୁମ୍ପୁରରୁ ଭୁବନେଶ୍ୱର ଆସୁଥିବା ଏୟାର ଏସିଆ ବିମାନରେ ଏହି ସୁନା ଚାଲାଣ ହେଉଥିଲା । ଚେକିଂ ବେଳେ ଏହା ଧରାପଡିଥିଲା । ସୁନାର ଓଜନ ରହିଛି ୧୩୧୦.୬୫୦ ଗ୍ରାମ୍‌ । ଏହାର ମୂଲ୍ୟ ୫୨ ଲକ୍ଷ ଟଙ୍କା ହେବ । କ୍ୟାରିବ୍ୟାଗରେ ପାଉଡର କରି ସୁନାକୁ ଅଣାଯାଉଥିଲା । ଅଟକ ଯାତ୍ରୀଙ୍କ ଘର କେରଳର କୋଝିକୋଡ଼ ଅଞ୍ଚଳରେ । କଷ୍ଟମ ବିଭାଗ ତାଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.