Below header

ବାଲେଶ୍ୱର: ଖନ୍ତାପଡ଼ା ଫାଲକନ ମେରାଇନରେ ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବାଲେଶ୍ବର(କେନ୍ୟୁଜ୍):   ଚିଙ୍ଗୁଡ଼ି ଫ୍ୟାକ୍‌ଟ୍ରିରେ ଅଘଟଣ । ଖନ୍ତାପଡ଼ାରେ ଆମୋନିଆ ଗ୍ୟାସ୍‌କୁ ନେଇ ଭୟ । ଶ୍ରମ କମିଶନରଙ୍କୁ ତଦନ୍ତ ନିର୍ଦେଶ । ବାଲେଶ୍ୱରରୁ ଭୁବନେଶ୍ୱର ଯାଏ ତମ୍ବି ତୁଫାନ । ବିଧାନସଭା ହୁଲସ୍ତୁଲ । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ତଦନ୍ତ ନିର୍ଦ୍ଦେଶ । ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । କମ୍ପାନୀ ମାଲିକ ଫାଲକନ ମେରାଇନ ବିରୋଧରେ ହୋଇଛି ମାମଲା । କମ୍ପାନୀକୁ ସିଲ୍‌ କରାଯାଇଛି । ଭୁବନେଶ୍ୱରରୁ ଏକ ସ୍ପେଶାଲ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ କରିବା ପାଇଁ ବାଲେଶ୍ୱର ଯାଇଛି । ଘଟଣାରେ DSP କ୍ରାଇମ୍‌ ମନୋଜ ରାଉତ ଫାର୍ମରେ ପହଞ୍ଚି ତଦନ୍ତ କରୁଛନ୍ତି।

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହ ରେମୁଣା ବିଧାୟକ ହସ୍‌ପିଟାଲରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଶ୍ରମିକ ଅସୁସ୍ଥ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ୭ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଅଘଟଣ ପରେ ପ୍ଲାଣ୍ଟକୁ ସିଲ କରି ଦିଆଯାଇଛି । ମୁଖ୍ୟ ଫାଟକରେ ପୋଲିସ ମୁତୟନ ଅଛନ୍ତି । ଏପଟେ ବିଧାନସଭାରେ ଏହି ଘଟଣାକୁ ନେଇ ପ୍ରବଳ ହଟଗୋଳ ହୋଇଛି ।

ଖନ୍ତାପଡାରେ ଥିବା ଫାଲକନ ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍‌ ଲିକ୍‌ରେ ଅଣନିଶ୍ୱାସୀ ହୋଇ ୧୧୦ରୁ ଉର୍ଦ୍ଧ୍ୱ ଶ୍ରମିକ ଅସୁସ୍ଥ ହୋଇପଡିଥିଲେ। ଅଚେତ ଅବସ୍ଥାରେ ସେମାନଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅସୁସ୍ଥଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ଅଛି। ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଗତକାଲି ପ୍ରୋସେସିଂ ବେଳେ ହଠାତ୍‌ ଗ୍ୟାସ୍‌ ଲିକ୍‌ ହୋଇଥିଲା । ତେବେ ପ୍ରଶ୍ନ ଉଠୁଛି ଶ୍ରମିକଙ୍କ ସୁରକ୍ଷା ଦାୟିତ୍ତ୍ୱ କାହାର ? ଏତେ ଖୋଲାଫାଙ୍କାରେ କେମିତି ଚାଲିଥିଲା ପ୍ଲାଣ୍ଟ ? ରାଜ୍ୟରେ ଥିବା ଅନ୍ୟ ପ୍ଲାଣ୍ଟ ସୁରକ୍ଷିତ ତ ? ଏଥିପାଇଁ କେବଳ କର୍ମଚାରୀ କଣ ଦାୟୀ ?.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.