Below header

ବନ୍ଧୁକ ସହ ଦୁଇ ଯୁବକ ଗିରଫ, ଯାଞ୍ଚ ପ୍ରକ୍ରିୟା ଜାରି

ଜମନକିରା ପୋଲିସ ଏବଂ ଗୌଡ଼ପାଲି ପୋଲିସ  ଗତକାଲି ବଡବାହାଲ ଅଞ୍ଚଳରୁ ଦୁଇଟି ଧାରୁଆ ଅସ୍ତ୍ର ଓ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି l

କୁଚିଣ୍ଡା : ଜମନକିରା ପୋଲିସ ଏବଂ ଗୌଡ଼ପାଲି ପୋଲିସ  ଗତକାଲି ବଡବାହାଲ ଅଞ୍ଚଳରୁ ଦୁଇଟି ଧାରୁଆ ଅସ୍ତ୍ର ଓ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି l  ଗତକାଲି ସନ୍ଧ୍ୟାରେ ଜମନକିରା ପୋଲିସ ଏବଂ ଗୌଡ଼ପାଲି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଜମନକିରା ଥାନା ଅନ୍ତର୍ଗତ ବଡବାହାଲ ଅଞ୍ଚଳରେ ଦୁଇ ଜଣ ଯୁବକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଦେଖିଥିଲେ l ପୋଲିସ ଯାଞ୍ଚ ପରେ ତାଙ୍କ ପାଖରୁ ଦୁଇଟି ଧାରୁଆ ଅସ୍ତ୍ର ଓ ଦୁଇଟି ଦେଶୀ ବନ୍ଧୁକ ଜବତ କରିଥିଲେ ପୋଲିସ l

ତୁରନ୍ତ ଦୁଇ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ଅଧିକ ତଦନ୍ତ କରୁଥିବା ଆଜି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଚିଣ୍ଡା ଏସଡିପିଓ ଅମିତାଭ ପଣ୍ଡା l ଅଟକ ଥିବା ଦୁଇ ଯୁବକ ହେଲେ ବଡବାହାଲ ଗ୍ରାମର ଫକୀର ଛତ୍ରିଆ ଓ କିଶୋର କିସାନ ବୋଲି ଜଣାପଡିଛି l

କିଛି ଦିନ ଆଗରୁ ନିର୍ବାଚନ ପାଇଁ କୋଡ ଅଫ କଣ୍ଡକ୍ଟ ଲାଗିବା ଆଗରୁ ପୋଲିସ ତରଫରୁ ବନ୍ଧୁକ ରଖିଥିବା ପ୍ରତ୍ୟେକ ନାଗରିକଙ୍କୁ ନିଜ ନିଜର ବନ୍ଧୁକ ଥାନାରେ ଜୀମା ଦେବାପାଇଁ ସୂଚନା ଦେଇଥିଲେ l କିନ୍ତୁ ଆଜି ବଡବାହାଲ ଅଞ୍ଚଳରୁ ଦେଶୀ ଚୋରା ବନ୍ଧୁକ ଜବତ ହେବା ପରେ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡ଼ା କଡି କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.