Below header

ପିକଅପ ଭ୍ୟାନକୁ ପଛରୁ ପିଟି ୨ ବାଇକ ଆରୋହୀ ମୃତ

ଖରିଆରରୋଡ଼ରେ ପିକଅପ ଭ୍ୟାନକୁ ପଛରୁ ପିଟି ୨ବାଇକ ଆରୋହୀ ମୃତ। ନୂଆପଡା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନାର ଗୋତମା ଛକ ନିକଟରେ ଘଟିଛି ଦୁର୍ଘଟଣା।

ନୂଆପଡା :  ସୋନପୁରରେ ହାଇୱା ଧକ୍କାରେ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏପଟେ ଖରିଆରରୋଡ଼ରେ ପିକଅପ ଭ୍ୟାନକୁ ପଛରୁ ପିଟି ୨ବାଇକ ଆରୋହୀ ମୃତ। ନୂଆପଡା ଜିଲ୍ଲା ଖରିଆରରୋଡ଼ ଜୋଙ୍କ ଥାନାର ଗୋତମା ଛକ ନିକଟରେ ଘଟିଛି ଦୁର୍ଘଟଣା। ବାଇକରେ ୩ ଜଣ ଯାଉଥିବା ବେଳେ ଆଗରେ ଯାଉଥିବା ପିକଅପ ଭ୍ୟାନକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଦୁଇଜଣକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ଜଣକୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜୋଙ୍କ ପୋଲିସ ଦୁର୍ଘଟଣାର ତଦନ୍ତ ଜାରିରଖିଛି । ଦୁଇ ମୃତକମାନେ ଧରମବନ୍ଧା ଥାନା କରଚୁଳ ଗାଁର ଭାଗତରାମ ଶବର ଓ ଗୁପ୍ତେଶ୍ୱର ଶବର। ତିନିଜଣ ଗୋଟିଏ ବାଇକରେ ଖରିଆର ରୋଡ଼ ସହରକୁ ଯାଇ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.