Below header

ଡ୍ରାଇଭର ଆଖି ଲାଗିଗଲା, ଦୁର୍ଘଟଣାରେ ଦୁଇ ଜଣ ଆଶାକର୍ମୀଙ୍କ ମୃତ୍ୟୁ

ପିକ୍‌ନିକ୍‌ ଯିବା ହେଲା କାଳ । କେଡ଼େ ଖୁସିରେ ପିକ୍‌ନିକ୍‌ ଭୋଜି ସାରି ଘରକୁ ଫେରୁଥିଲେ । ହେଲେ ଅଧାବାଟରେ ଛକି ବସିଥିଲା ଯମ। ନେଇଗଲା ୨ ନିରୀହଙ୍କ ଜୀବନ ।

ଖୋର୍ଦ୍ଧା: ପିକ୍‌ନିକ୍‌ ଭୋଜି ସାରି ଘରକୁ ଫେରୁଥିଲେ । କିଏ ହାତରେ ମୋବାଇଲ ଦେଖୁଥିଲା ତ କିଏ ଗାଡ଼ିର ଝରକା ପଟେ ଚାହିଁ ରହିଥିଲା । ଆଉ କିଏ ଭୋଜିରେ ଥକି ଯାଇ ଗାଡ଼ିରେ ଶୋଇପଡ଼ିଥିଲା । ଭୋଜି ସରିଥିଲା ସେଥିପାଇଁ ଘରେ ଜଲଦି ପହଞ୍ଚିବାର ଇଛା ଅଧିକା ଥିଲା । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ଅଧାବାଟରେ ଘଟିଗଲା ବଡ଼ ଅଘଟଣ । ଘରକୁ ଯିବା ପରିବର୍ତ୍ତେ ସିଧା ଯାଇଥିଲେ ମେଡିକାଲ ।

ପିକ୍‌ନିକ୍‌ ଯିବା ହେଲା କାଳ । କେଡ଼େ ଖୁସିରେ ପିକ୍‌ନିକ୍‌ ଭୋଜି ସାରି ଘରକୁ ଫେରୁଥିଲେ । ହେଲେ ଅଧାବାଟରେ ଛକି ବସିଥିଲା ଯମ। ନେଇଗଲା ୨ ନିରୀହଙ୍କ ଜୀବନ । ଏବେ ଚାଲିଛି ପିକ୍‌ନିକ୍‌ ଋତୁ । ସମସ୍ତେ ଭୋଜି ଭାତରେ ମସଗୁଲ୍‌ ଅଛନ୍ତି । କିଏ ରାଜ୍ୟର ବିଭିନ୍ନ ସ୍ଥାନକୁ ଭୋଜି  କରିବାକୁ ଯାଉଛନ୍ତି ତ କିଏ ଏହି ପାଖରେ ଭୋଜି କରି ଖୁସି ମନାଉଛନ୍ତି । ହେଲେ ଏହି ସଡ଼କ ଦୁର୍ଘଟଣାର ଶିକାର ହୋଇ ଚାଲିଯାଉଛି ଅନେକଙ୍କ ଜୀବନ । ତେବେ ଯାଜପୁର ଅଞ୍ଚଳରୁ ଆଠ ଜଣ ଆଶା କର୍ମୀ ପିକନିକ ଭୋଜି ପାଇଁ ଏକ ବୋଲେରୋ ଯୋଗେ ଯାଇଥିଲେ ତପ୍ତପାଣି l ଭୋଜି ସାରି ଫେରୁଥିଲେ । ଭୋର ସମୟ ହୋଇ ଥିବାରୁ ଡ୍ରାଇଭରର ଆଖି ଲାଗିଯାଇଥିଲା l ଫଳରେ ଗାଡିଟି ଯାଇ ଗୋଟିଏ ଗଛରେ ପିଟି ହୋଇଥିଲା l ଖୋର୍ଦ୍ଧା ନାଚୁଣୀ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛିl

ଆଉ ଘଟଣା ସ୍ଥଳରେ ଆଠ ଜଣ ଆଶା କର୍ମୀ ଗୁରୁତ୍ତର ହୋଇଥିଲେ l ସେମାଙ୍କୁ ପ୍ରଥମେ ଖୋର୍ଦ୍ଧା ଟାଙ୍ଗୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆ ଯାଇଥିଲା l ପରେ ଏମାନଙ୍କ ଅବସ୍ଥା ଅଣାୟତ୍ତ ହେବାରୁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଅଣା ଯାଇଥିଲା l କ୍ୟାପିଟାଲ ହସ୍ପିଟାଲରେ ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଟାଙ୍ଗୀ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲେ l ବାକି ଛଅ ଜଣଙ୍କ ମଧ୍ୟରୁ କେତେଜଣ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି l ମୃତକ ଆଶା କର୍ମୀଙ୍କ ମଧ୍ୟରୁ ଜଣଙ୍କ ନାମ ମିନତୀ ସାମଲ l ତାଙ୍କ ଘର ହେଉଛି ଯାଜପୁର ଧର୍ମଶାଳା ଅଞ୍ଚଳର l ଏମାନେ ଶନିବାର ଦିନ ଘରରୁ ବାହାରି ନୟାଗଡ଼ ହୋଇ ଫେରୁ ଥିଲେ । ହେଲେ ଟାଙ୍ଗୀ ନାଚୁଣୀ ନିକଟରେ ବୋଲେରୋ ଦୁର୍ଘଟଣା ହୋଇ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.