ରାସ୍ତା କଡରୁ ହାତଗୋଡ ଓ ମୁହଁ ବନ୍ଧା ଥିବା ବ୍ୟକ୍ତି ଉଦ୍ଧାର

ଆଜି କୋଣାର୍କ - କାକଟପୁର ରାସ୍ତାର ବଢ଼େଇଛକ ନିକଟରେ ଜଣେ ବ୍ୟକ୍ତିଙ୍କ ହାତ ଗୋଡ ବାନ୍ଧି ଫିଙ୍ଗି ଦିଆଯାଇଥିବା ଦେଖାଯାଇଛି ।

ଗୋପ/କୋଣାର୍କ : କୋଣାର୍କ କାକଟପୁର ମୁଖ୍ୟ ରାସ୍ତା ବଢ଼େଇଛକ ନିକଟରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ( କୁନାଲ) ନାମକ ଜଣେ ବ୍ୟକ୍ତିଙ୍କୁ କେହି ଦୁର୍ବୃତ୍ତ ହାତଗୋଡ ଓ ମୁହଁକୁ ବାନ୍ଧି ରାସ୍ତାକଡ଼ରେ ଅନ୍ଧାର ସ୍ଥାନରେ ପକାଇ ଚାଲି ଯାଇଥିଲେ। ସ୍ଥାନୀୟ ଲୋକେ ଦେଖି ଖବର ଦେବାରୁ ଚମ୍ପାହାର ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ପ୍ରଥମେ କୋଣାର୍କ ଡାକ୍ତରଖାନାରେ ପହଞ୍ଚାଇଥିଲେ।

ଏ ନେଇ କୋଣାର୍କ ଥାନାକୁ ବାରମ୍ଵାର ଖବର ଦେବାପରେ ବି ପୋଲିସ୍ କୋଣାର୍କ ଡାକ୍ତରଖାନାରେ ଉକ୍ତ ଯୁବକ ୨ ଘଣ୍ଟା ପଡିରହିବା ସତ୍ତ୍ୱେ ପହଞ୍ଚିନଥିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ଯୁବକଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ପୁରୀ ମୁଖ୍ୟ ହସ୍ପିଟାଲ ଚିକିତ୍ସା ନିମନ୍ତେ  ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ସେ କୋଣାର୍କ ଥାନା ଅଧୀନ କୁରୁଜଙ୍ଗ ପଂଚାୟତ ଭାଣାପପୁର ଗ୍ରାମର ଫକୀର ମହାପାତ୍ରଙ୍କ ପୁତ୍ର । ଏବେ ତାଙ୍କ ପରିବାରର କୌଣସି ବ୍ୟକ୍ତି ନଥିବାରୁ ସେ କୋଣାର୍କ କାକଟପୁର ମୁଖ୍ୟ ରାସ୍ତାରେ ଥିବା ରେଡ଼ିଓ ନମସ୍କାର ସମ୍ମୁଖରେ ଥିବା ଅଘୋରି ମଠରେ ଦୀର୍ଘ ଦିନ ହେବ ରହି ଆସୁଥିଲେ । କୁନାଲଙ୍କ ଚେତା ଆସିବାରୁ ତାଙ୍କୁ ୩ ଜଣ ଯୁବକ ଏକ କାରରେ ଆସି ବାଡେଇ ତାଙ୍କ ମୁହଁ ଓ ହାତ ଗୋଡ଼କୁ ଦଉଡିରେ ବାନ୍ଧି ନେଇଯାଉଥିଲା ବେଳେ ଗାଡି ଲାଇଟି ପଡିବାରୁ ତାକୁ ଫୋପାଡ଼ି ଦେଇ କାରରେ ଫେରାର ହୋଇଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.