Below header

ସ୍କୁଟିକୁ ପିଟିଲା ହାଇୱା, ୨ ଆରୋହୀ ମୃତ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଛକରେ ବାଇକକୁ ପିଟିଲା ଟ୍ରକ  ସ୍କୁଟିକୁ ପିଟିଲା ହାଇୱା। ହାଇୱା ଧକ୍କାରେ ୨ ସ୍କୁଟି ଆରୋହୀ ମୃତ। ଧକ୍କା ଦେଇ ହାଇୱା ପଳାଉଥିବା ବେଳେ କିଛି ଦୂରରେ ନିଆଁ ଲାଗିଛି।ସୁବର୍ଣ୍ଣପର ଜିଲ୍ଲା ସୋନପୁର ବ୍ଲକ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସ୍କୁଟିରେ ଦୁଇଜଣ ଯୁବକ ଯାଉଥିବା ବେଳେ ଦ୍ରୁତଗତିରେ ଥିବା ହାଇୱା ତାଙ୍କୁ ଧକ୍କା ଦେଇଥିଲା।। ଟ୍ରକ ଚକା ତଳେ ଚାପି ହୋଇ ଦୁଇ ଜଣ ମୃତ।

ସୁବର୍ଣ୍ଣପୁର : ସ୍କୁଟିକୁ ପିଟିଲା ହାଇୱା। ହାଇୱା ଧକ୍କାରେ ୨ ସ୍କୁଟି ଆରୋହୀ ମୃତ। ଧକ୍କା ଦେଇ ହାଇୱା ପଳାଉଥିବା ବେଳେ କିଛି ଦୂରରେ ନିଆଁ ଲାଗିଛି।ସୁବର୍ଣ୍ଣପର ଜିଲ୍ଲା ସୋନପୁର ବ୍ଲକ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ସ୍କୁଟିରେ ଦୁଇଜଣ ଯୁବକ ଯାଉଥିବା ବେଳେ ଦ୍ରୁତଗତିରେ ଥିବା ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା। ସେଠାରେ ପୋଲିସ ରହିଥିଲେ ମଧ୍ୟ ଦୁର୍ଘଟଣା ଘଟାଇ ହାଇୱା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଦ୍ରୁତଗତିରେ ଥିବା ହାଇୱା କୁଞ୍ଜ ଛକ ଆଡକୁ ପଳାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେଥିଲେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ସୁବର୍ଣ୍ଣପୁର ଏସପି ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଛନ୍ତି। ଉତ୍ୟକ୍ତ ଲୋକେ ସୋନପୁର ଏସଡିପିଓଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଉତ୍ୟକ୍ତଙ୍କୁ ଘଉଡାଇବାକୁ ପୋଲିସ ମୃଦୁ ଲାଠିଚାଳଣା କରିଛି। ମୃତକ ଦୁଇ ଜଣ ବଲାଡି ଗାଁର ବାପ-ପୁଅ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.