Below header

ପାଣି ଭିତରେ ଦୁନିଆର ସବୁଠୁ ବଡ଼ ଶଶ୍ମାନ, ଯାହାକୁ ଦେଖିଲେ ଉଡ଼ିଯିବ ହୋସ୍‌

ଚୁଉକ ଦ୍ୱୀପ ପାଣି ଭିତରୁ ଏକ ଫଟୋଚିତ୍ର ସାମ୍ନାକୁ ଆସିଛି । ଯାହାକୁ ଦେଖିବା ପରେ ଲୋକେ ଦୁନିଆର ସବୁଠୁ ବଡ଼ ଶଶ୍ମାନ ବୋଲି କହୁଛନ୍ତି । ଏହି ଫଟୋଚିତ୍ରରେ ଯେପରି ବିନାଶ ହୋଇଥିବା ସ୍ଥାନର ଅନ୍ଧକାରକୁ ପରିପ୍ରକାଶ କରୁଛି । ଯେଉଁଠାରେ ବୁଡ଼ିଯାଇଥିବା ଜାହାଜ ଗୁଡ଼ିକ ଏବେ ବି ଲଦି ହୋଇ ରହିଛି ।

ଚୁଉକ ଦ୍ୱୀପ ପାଣି ଭିତରୁ ଏକ ଫଟୋଚିତ୍ର ସାମ୍ନାକୁ ଆସିଛି । ଯାହାକୁ ଦେଖିବା ପରେ ଲୋକେ ଦୁନିଆର ସବୁଠୁ ବଡ଼ ଶଶ୍ମାନ ବୋଲି କହୁଛନ୍ତି । ଏହି ଫଟୋଚିତ୍ରରେ ଯେପରି ବିନାଶ ହୋଇଥିବା ସ୍ଥାନର ଅନ୍ଧକାରକୁ ପରିପ୍ରକାଶ କରୁଛି । ଯେଉଁଠାରେ ବୁଡ଼ିଯାଇଥିବା ଜାହାଜ ଗୁଡ଼ିକ ଏବେ ବି ଲଦି ହୋଇ ରହିଛି ।

ମାନବ କଙ୍କାଳ, ଜାହାଜ ଉପରେ ଅନ୍ୟାନ୍ୟ ଯାନ ପଡ଼ି ରହିଛି । ତେବେ ଏହି ଆବିଷ୍କାର ଚୁଉକ୍ ଦ୍ୱୀପପୁଞ୍ଜରେ କରାଯାଇଥିଲା । ଏଠାରେ ବହୁ ସଂଖ୍ୟକ ଜାହାଜ ଏବଂ ବିମାନର ଧ୍ୱଂସାବଶେଷ ରହିଛି । ତେବେ ଏହି ଆବର୍ଜନାଗୁଡିକ ବର୍ତ୍ତମାନ ସଂଗ୍ରହ କରାଯାଇ ଗୋଟିଏ ସ୍ଥାନରେ ରଖାଯାଉଛି । ତଥାପି, ଏହାର ପୃଷ୍ଠଭୂମି ତଳେ ନୌସେନା ଜାହାଜ, ଜାପାନିଜ ଟ୍ରକ ଏବଂ ପୁରୁଣା ଡାଏଭିଙ୍ଗ୍ ସୁଟ୍ଗୁଡ଼ିକର ଭଗ୍ନାବଶେଷ ପଡ଼ି ରହିଛି । ଇତିହାସରେ ଏହି ସବୁ ଜିନିଷ ବିନାଶର ପ୍ରମାଣ । ଯେଉଁଥିରେ ଦ୍ୱତୀୟ ବିଶ୍ୱଯୁଦ୍ଧ ସାମିଲ ରହିଛି ।
ଅପରେସନ୍ ହେଲଷ୍ଟୋନ୍ ସମୟରେ ବୁଡ଼ି ଯାଇଥିବା ଜାହାଜ ଏବଂ ବିମାନର ବୋଲି କୁହାଯାଉଛି । ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ସାମରିକ ବିବାଦ ଥିଲା ଯେଉଁଥିରେ ୪,୫୦୦ ଜାପାନୀ ସୈନିକ ନିହତ ହୋଇଥିଲେ ।

ଦି ସନ୍ ରିପୋର୍ଟ ଅନୁଯାୟୀ, ଏହି ଅପରେସନରେ ଶହ ଶହ ବିମାନ ଏବଂ ଦଶହଜାର ଜାହାଜ ବୁଡ଼ି ଯାଇଥିଲା । ଏଥିସହ ୪୦ ଜଣ ଆମେରିକୀୟ ସୈନିକ ମଧ୍ୟ ନିହତ ହୋଇଥିଲେ । ପାଣିରେ ମିଳିଥିବା ଜାହାଜ ଖଣ୍ଡ ସବୁ ଯୁଦ୍ଧ ସମୟର। ଏପରି କିଛି ଜାହାଜ ଖଣ୍ଡ ମଧ୍ୟ ପାପୁଆନ୍ୟୁଗିନି, ଫିଲିପିମ୍‌ସ କୂଳ ଏବଂ ଇଣ୍ଡୋନେସିଆର ପାଣିରେ ମଧ୍ୟ ମିଳିଛି। ହୋକି ମାରୁ ଜାହାଜର ଖଣ୍ଡ ମଧ୍ୟ ଏଠାରେ ପଡ଼ିଛି। ପାଣିରେ ମଣିଷଙ୍କ କଙ୍କାଳ ମଧ୍ୟ ପଡ଼ିଛି, ହେଲେ ଏହି ସ୍ଥାନ ପାଣି ବୁଡ଼ାଳିଙ୍କ ପାଇଁ ଅଧିକ ପ୍ରସିଦ୍ଧ। ୨ ଦିନ ଧରି ଚାଲିଥିବା ଅପରେଶନ ହେଲଷ୍ଟୋନରେ ମୋଟ ୨୫୦ ଜାପାନୀ ବିମାନ ନଷ୍ଟ ହୋଇଥିଲା। ୧୯୪୪ ମସିହାରେ ଆମେରିକାର ସୈନିକଙ୍କ ଦ୍ୱାରା ଏହି ଯୁଦ୍ଧ ହୋଇଥିଲା । ଯେଉଁଥିରେ ବହୁତ ସଂଖ୍ୟାରେ ଆମେରିକା ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା। ଏଥିସହ ୧୭ ହଜାର ଟନ୍‌ର ଇନ୍ଧନ ମଧ୍ୟ ନଷ୍ଟ ହୋଇଥିଲା। ଏହାସହ ସ୍ଥାନୀୟ ଲୋକେ ମଧ୍ୟ ଏହି ସ୍ଥାନକୁ ନେଇ ଅନ୍ଧବିଶ୍ୱାସ କରନ୍ତି ।ଏହି ଲୋକମାନେ ଦାବି କରନ୍ତି ଯେ ଯୁଦ୍ଧରେ ନିହତ ସୈନିକମାନଙ୍କର ଆତ୍ମା ପାଣି ଭିତରେ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.