Below header

ବ୍ରହ୍ମପୁର: କ୍ରିକେଟ୍ ବେଟିଂ ଅଭିଯୋଗରେ ପୁଣି ଗିରଫ ହେଲେ ଦୁଇ ବୁକି, ଗିରଫ ସଂଖ୍ୟା ହେଲା ଚାରି

ବ୍ରହ୍ମପୁର(କେନ୍ୟୁଜ୍): କ୍ରିକେଟ୍ ବେଟିଂ ଅଭିଯୋଗରେ ଗୋଷାଣୀନୂଆଗାଁ ଥାନା ପୋଲିସ ଦ୍ୱାରା ପୁଣି  ଦୁଇ ଜଣ ବୁକି ଗିରଫ ହୋଇଛନ୍ତି   । ଗିରଫ ଦୁଇ ଜଣ ହେଲେ ଭିଶାଲ ଅଗ୍ରୱାଲ ଓ ଅଜିତ୍ କୁମାର ବରାଡ଼  । ଗିରଫ ଦୁଇ ଜଣଙ୍କଠାରୁ ଏକ ଲକ୍ଷ ୯୫ ହଜାର ୫ ଶହ ଟଙ୍କା, ସାତୋଟି ମୋବାଇଲ, ସାତୋଟି ସିମ୍ କାର୍ଡ , ଗୋଟିଏ ମାରୁତି ବ୍ରିଜା କାର ଓ ATM କାର୍ଡ ଜବତ କରିଛି ପୋଲିସ  । ଚଳିତ ବର୍ଷ ଅକ୍ଟୋବର  ମାସ ୨୯ ତାରିଖରେ କ୍ରିକେଟ୍ ବେଟିଂ ଅଭିଯୋଗରେ କିଙ୍ଗପିନ ଲାଲୀ ଆଚାରୀ ସହ ତାର ସହଯୋଗୀ କେ. ପ୍ରଶାନ୍ତ କୁମାର ସୁବୁଦ୍ଧିକୁ ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ  ନଗଦ ୩୩ ଲକ୍ଷ ୬୧  ହଜାର ୨ ଶହ ଟଙ୍କା, ଚାରୋଟି ମୋବାଇଲ ଫୋନ ଓ ତିନୋଟି ଏଟିଏମ୍ କାର୍ଡ ଜବତ କରିଥିଲା।

bookie 1

ତେବେ ଏହି ବେଟିଂ ଘଟଣାରେ ଅନେକ ସଂପୃକ୍ତି ଥିବା ପୋଲିସ ସୂଚନା ପାଇଥିଲା ବେଳେ ଏନେଇ ତଦନ୍ତ ଜାରୀ ରଖିଛି  । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ମୋଟ ୪  ଜଣଙ୍କୁ ଗିରଫ କରିସାରିଥିବା ବେଳେ ଏବେ ମଧ୍ୟ ତଦନ୍ତ ଜାରୀ ରହିଛି  । ଆଜି ଗିରଫ ହୋଇଥିବା ବିଶାଲ ହାଇଦ୍ରାବାଦ ପଳାୟନ କରୁଥିବା ବେଳେ ଭୁବନେଶ୍ୱର ଏୟାର ପୋର୍ଟରୁ ଗିରଫ କରାଯାଇଥିଲା।  ତାଙ୍କ ସୂଚନାକୁ ଆଧାର କରି ବ୍ରହ୍ମପୁର ଉପକଣ୍ଠ ଗୋପାଳପୁର ଜଙ୍କସନ ନିକଟରୁ ଏକ କାରରେ ଫେରାର ହେଉଥିବା ସମୟରେ ଅନ୍ୟମାନଙ୍କୁ ପୋଲିସ କାବୁ କରିବାରେ ସଫଳ ହୋଇଥିଲା  । ତେବେ ଏହି କ୍ରିକେଟ୍ ବେଟିଂର ଚେର ଆଉ କେଉଁଆଡ଼େ ଲମ୍ୱିଛି ଆଉ ଏଥିରେ ଆଉ କେତେ ଜଣଙ୍କ ସଂପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରୀ ରଖିଛି  । ଗିରଫ ହୋଇଥିବା ଦୁଇ ବୁକିଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କିରଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.