Below header

ଗଜପତି: ପୁଣି ମୋହନା ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ, ୧୬ କୋଟିର ଗଞ୍ଜେଇ ଚାଷକୁ କରାଗଲା ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମୋହନା ଥାନା ଅନ୍ତର୍ଗତ ଗୁବୁରିଗୁଡା ଏବଂ ମହୁଲମେଲାଣି ଗ୍ରାମର ଲଖାରି ସଂରକ୍ଷିତ ଜଙ୍ଗଲର ୮୧ ଏକର ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ କୁ କାଟି ପୋଡି ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇର ମୂଲ୍ୟ ୧୬ କୋଟି ୨୪ ହଜାର ହେବ ବୋଲି ଜଣାପଡିଛି l

ganja farming deastroy

ଗଜପତି ଏସ. ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜ଼ିଲ୍ଲାର ମୋହନା,ଆର. ଉଦୟଗିରି ଏବଂ ଅଡବା ଥାନା ଅଞ୍ଚଳରେ ଅପରେସନ ଗ୍ରୀନ ହଣ୍ଟ ମାଧ୍ୟମରେ ଏହି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ଚାଲୁରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଅଢେଇ ଶହ କୋଟି ରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଚାଷକୁ ନଷ୍ଟ କରାଗଲାଣି । ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉ ରେ ପୋଲିସ, ଅବକାରୀ ବିଭାଗ ସମେତ ରାଜସ୍ବ ଏବଂ ବନବିଭାଗ କର୍ମଚାରୀ ସାମିଲ ହୋଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.