Below header

ଭାରତ ବନ୍ଦକୁ ନେଇ ରାଜ୍ୟର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଗୃହ ବିଭାଗର ଚିଠି, କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା କାଲି ହେବାକୁ ଥିବା ଭାରତ ବନ୍ଦକୁ ନେଇ ରାଜ୍ୟର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ   ଚିଠି ଲେଖିଛି ରାଜ୍ୟ ଗୃହ ବିଭାଗ  । କୃଷି ଆଇନକୁ ବିରୋଧ କରି ଆସନ୍ତା କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ କରିବେ ଚାଷୀ ସଂଗଠନ ଓ ରାଜନୈତିକ ଦଳ ।

home

ବନ୍ଦ ବେଳେ ଗାଡ଼ି-ମଟର ଓ ଟ୍ରେନ୍ ଅଟକାଇବା ଆଶଙ୍କା କରାଯାଉଥିବରୁ ଏହାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ବେଳେ ଯେପରି ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିବ ଏବଂ କୌଣସି ସ୍ଥାନରେ ଯେପରି ବିଶୃଙ୍ଖଳା ନହୁଏ ସେ ନେଇ ନଜର ରଖିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଗୃହ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.