Below header

ବାସୁଦେବପୁର : ଦୁଇ ଗୋରୁ ଗାଡ଼ି ଜବତ କରି ପୋଲିସର ଜିମା ଦେଲେ

ବାସୁଦେବପୁର(କେନ୍ୟୁଜ୍‌) : ଗତକାଲି ବିଳମ୍ବିତ ରାତିରେ ବାସୁଦେବପୁରରେ ଦୁଇଟି ଗୋରୁ ଗାଡ଼ିକୁ ଜବତ କରିଛନ୍ତି ବଜ୍ରଂ ଦଳ । ପରେ ଏହି ଗାଡ଼ି ଦୁଇଟିକୁ ପୋଲିସର ଜିମା ଦେଇଥିବା ଜଣାଯାଇଛି ।

ସୂଚନାନୁଯାୟୀ,ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗାଈ ବୋଝେଇ ପିକଅପ୍ ଓ ଟାଟା ମ୍ୟାଜିଜ୍ ଗାଡି ବାସୁଦେବପୁର୍ ଅଭିମୁଖେ ଆସୁଥିଲା । ଖବରପାଇ ବଜ୍ରଂ ଦଳର ସଦସ୍ୟମାନେ ମନ୍ଦାରୀ ବଡ ପୋଲ ନିକଟରେ ଗାଡି ଦୁଇଟିକୁ ଅଟକ କରିଥିଲେ । ଇତି ମଧ୍ୟରେ ଦୁଇଟି ଗାଡିର ଡ୍ରାଇଭର ଚତୁରତାର ସହିତ ଖସି ପଳାଇଥିଲେ ।

ପରେ ଗାଡି ଦୁଇଟି ସମେତ ୨୦ରୁ ଉର୍ଦ୍ଧ ଗାଈକୁ ଥାନାରେ ଜିମା ଦେଇଥିଲେ ବଜ୍ରଂ ଦଳ। ପୋଲିସ ପ୍ରଶାସନ ଏପରି ବେଧଡକ ଗୋଚାଲାଣକୁ ରୋକ ଲଗାଇବା ପାଇଁ ବଜ୍ରଂ ଦଳର କର୍ମକର୍ତ୍ତାମାନେ ଦାବି କରିଛନ୍ତି । ପ୍ରକାଶଯୋଗ୍ୟ ଯେ ରାତି ସାରା ପାଟ୍ରୋଲିଂ କରି ପୋଲିସ ବୁଲୁଥିଲେ ବି ଗୋରୁ ଗାଡ଼ିର କୌଣସି ସୁରାକ ପାଉନାହିଁ ପୋଲିସ ।

ହେଲେ ବଜ୍ରଂ ଦଳ ବାରମ୍ବାର ଏପରି ଗୋରୁ ଗାଡ଼ି ଜବତ କରି ପୋଲିସର ଜିମା ଦେଉଛି । ପୋଲିସର ଏତାଦୃଶ କାର୍ଯ୍ୟ ପାଇଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.