ଗର୍ଭବତୀ ହେବାର ୫ ବର୍ଷ ପରେ ଛୁଆ ଜନ୍ମ କରିଥାଏ ଏହି ମାଛ,ମାଛ ର ଆୟୁଷ ୧୦୦ ବର୍ଷ

ଆପଣମାନେ ଜାଣିଛନ୍ତି ଦୁନିଆ ବଡ ଅଜବ , ପୁଣି ଆମ ଦୁନିଆରେ କେବଳ ମଣିଷ ନୁହେଁ ଅନେକ ରହସ୍ୟମୟ ଜୀବ ମଧ୍ୟ ରହିଛନ୍ତି । ତେବେ ଆପଣ ଶୁଣିଥିବେ କିଛି ଜୀବ ୧୦ ରୁ ପାଖା ପାଖି ୧୫ କିମ୍ବା ୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି । କେବଳ ଉଦ୍ଭିଦ ମାନେ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚିଥାଆନ୍ତି କିନ୍ତୁ ଏମିତି ଏକ ପ୍ରାଣୀ ବା ମାଛ ବିଷୟରେ ଆମେ ଆଜି ଆପଣଙ୍କୁ ଏହି ଭିଡିଓ ରେ କହିବା ପାଇଁ ଯାଉଛୁ ହୁଏତ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ କହିବାକୁ ଯାଉଛୁ ଏକ ରହସ୍ୟମୟ ମାଛ ବିଷୟରେ ଯାହା ବଞ୍ଚିପାରେ ପ୍ରାୟ ୧୦୦ ବର୍ଷରୁ ବି ଅଧିକ । ଖାଲି ସେତିକି ନୁହେଁ ,ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ମାଛ ଗର୍ଭବତୀ ହେବାର ପ୍ରାୟ ୫ ବର୍ଷ ପରେ ଛୁଆ ଜନ୍ମ ଦେଇଥାଏ ।

Latimeria_chalumnae_replica
Picture Credit – wiki

ତେବେ ଏହି ମାଛର ନାମ ମଧ୍ୟ ବଡ ଅଜବ। ସିଏଇଲାକାନ୍ଥ ହେଉଛି ଏହି ମାଛର ନାମ । ଯାହା କି ଏହି ଦୁନିଆରେ ବହୁ ବର୍ଷ ପୂର୍ବରୁ ହିଁ ରହିଛି,ଏମିତିକି ଡାଇନୋସୋର ବଞ୍ଚିଥିବା କାଳରୁ ହିଁ ଏହି ମାଛ ରହିଅଛି । ଏହି ମାଛ ଉପରେ କରାଯାଇଥିବା ଏକ ରିସର୍ଚ୍ଚର୍ରୁ ଏକ ବଡ କଥା ଜଣା ପଡିଛି । ୧୯୩୦ ମସିହା ପୂର୍ବରୁ ଏହି ମାଛକୁ ବିଲୁପ୍ତ ପ୍ରାଣୀ ବୋଲି କୁହାଯାଉଥିଲା ।କିନ୍ତୁ ପରେ ଏହି ରହସ୍ୟମୟ ମାଛ ଦକ୍ଷିଣ ଆଫ୍ରିକାର ସମୁଦ୍ର ଉପକୂଳରେ ଦେଖାଯାଇଥିଲା । ଏହି ଆଶ୍ଚର୍ଯ୍ୟଜନକ ମାଛ ବିଷୟରେ ଅନେକ ରହସ୍ୟ ଜଣାପଡିଛି । ରିସର୍ଚ୍ଚରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଏହି ମାଛ ରାତିରେ ବୁଲୁଥିବା ସମୟରେ ମଣିଷର ଆକାର ହୋଇପାରେ , ଏହା ବହୁତ ଧୀରେ ଧୀରେ ବଢିଥାଏ ଏବଂ ପ୍ରାୟ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ। ବୁଲୁଥୁବା ସମୟରେ ଏହା ମଣିଷଠାରୁବି ଅଧିକ ଲମ୍ବା ହୋଇ ବଢିବାକୁ ଲାଗିଥାଏ । ପୁଣି ନିଜେ ଛୋଟ ହୋଇଯାଏ ।

ଏହି ମାଛ ସବୁ ମାଛ ଠାରୁ ଭିନ୍ନ, କାରଣ ଏହା କେବଳ ୫୦ ବର୍ଷ ବୟସ ପରେ ଗର୍ଭଧାରଣ କରିପାରିବ ଏବଂ ପାଞ୍ଚ ବର୍ଷର ଗର୍ଭଧାରଣ ପରେ ଛୁଆ ଜନ୍ମ କରିଥାଏ ଏହି ମାଛ । ଫ୍ରାନ୍ସର ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ମାଛର ପରିପକ୍ୱତା ପାଇଁ ୪୦ ରୁ ୬୯ ବର୍ଷ ଲାଗେ ,ସିଏଲାକାନ୍ଥ ମାଛର ଅସ୍ତିତ୍ୱ ବର୍ତ୍ତମାନ ବିପଦରେ ଅଛି ବୋଲି ଗବେଷଣାରୁ ଜଣା ପଡିଛି । ବୈଜ୍ଞାନିକମାନେ କେବଳ ସେହି ମାଛ ଉପରେ ହିଁ ରିସର୍ଚ୍ଚ କରିପାରନ୍ତି ,ଯେଉଁମାନଙ୍କୁ ସେମାନେ ଧରିପାରନ୍ତି ଓ ଯାହାର ଶୀକାର ହୋଇଥାଏ । ତେବେ ସାର୍କ ଓ ଅନ୍ୟ ମାଛମାନଙ୍କ ଭଳି ଏହି ମାଛ ମଧ୍ୟ ବୁଢି ହୋଇ ହୋଇ ଯାଉଛି ଓ ବର୍ତ୍ତମାନ ସିଏଲାକାନ୍ଥ ମାଛ ର କେବଳ ପ୍ରଜାତି ଦେଖିବାକୁ ମିଳୁଛି ।

Fish egg
Picture Credit – wiki

ଏହି ମାଛର ଏକ ପ୍ରଜାତି ମାଛ ଆଫ୍ରିକାର ପୂର୍ବ ଉପକୂଳର କୋମୋରୋସ୍ ଦ୍ୱୀପପୁଞ୍ଜରେ ବାସ କରୁଥିବା ବେଳେ ଅନ୍ୟ ପ୍ରଜାତି ଇଣ୍ଡୋନେସିଆ ର ସୁଲାୱେସି ଦ୍ୱୀପପୁଞ୍ଜର ଜଳରେ ବାସ କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମାଛଟି ଭୂପୃଷ୍ଠରୁ ୨୩୦୦୦ ଫୁଟ ଗଭୀରତାରେ ବାସ କରେ , ସମୁଦ୍ରର ଅତି ଗଭୀର ଜଳରେ ଏହି ମାଛ ଓ ଏହାର ପ୍ରଜାତିମାନେ ବାସ କରୁଛନ୍ତି । କିଛି ଦିନ ପୂର୍ବରୁ, ସାର୍କ ଶିକାରୀମାନେ ଏହି ବିଲୁପ୍ତକାୟ ମାଛକୁ ଜୀବନ୍ତ ଧରିଥିଲେ। ଏହି ମାଛ ମାଡାଗାସ୍କର ଉପକୂଳବର୍ତ୍ତୀ ଭାରତ ମହାସାଗରରେ ଧରାଯାଇଥିଲା । ତେବେ ଧରାଯାଇଥିବା ମାଛ ସିଏଲାକାନ୍ଥ ମାଛ ର ପ୍ରାୟ ୪୨ କୋଟି ବର୍ଷ ପୁରୁଣା ପ୍ରଜାତି ଅଟେ ।

ତେବେ ଏକ ରିପୋର୍ଟରୁ ଏହା ମଧ୍ୟ ଜଣା ପଡିଛି ଯେ , ସାର୍କ ମାଛର ଶିକାର ହେତୁ କୋଏଲାକାନ୍ଥ ମାଛର ଅସ୍ତିତ୍ୱ ବିପଦରେ ରହିଛି । ୧୯୮୦ ମସିହାରୁ, ସାର୍କ ମାଛର ଶିକାର ଅଧିକ ମାତ୍ରାରେ ବଢିବାରେ ଲାଗିଛି । ସାର୍କ ଧରିବା ପାଇଁ ଶିକାରୀମାନେ ଜିଲନେଟ୍ ବ୍ୟବହାର କରନ୍ତି, ଯେଉଁଥିପାଇଁ ସାର୍କ ଗଭୀର ସମୁଦ୍ରରେ ଫସି ଯାଆନ୍ତି । ତେବେ ଏହି ମାଛର ଅନେକ ପ୍ରକାର ପ୍ରଜାତି ରହିଛି ଯେଉଁଥିରୁ କୋଏଲାକାନ୍ଥ ଫୋସିଲ୍ସ ହେଉଛି ଏକ ଭିନ୍ନ ପ୍ରକାର ମାଛ ଓ ଏହି ମାଛ ପ୍ରାୟ ୪୧୦ ମିଲିୟନ ପୁରୁଣା ମାଛ । ଏମାନେ ମଧ୍ୟ ସାଉଥ ଆଫ୍ରିକା ସି କୋଷ୍ଟ ରେ ଦେଖାଯାଆନ୍ତି । ତେବେ ବର୍ତ୍ତମାନ ବୈଜ୍ଞାନିକମାନେ ଏହା ଉପରେ ରିସର୍ଚ୍ଚ କରୁଛନ୍ତି ଯେ ଏହି ମାଛ କ’ଣ ପାଇଁ ଗର୍ଭବତୀ ହେବାର ୫ ବର୍ଷ ପରେ ହିଁ ଛୁଆ ଦିଏ । ଏହାର ଅଣ୍ଡା ଦେଖିବାକୁ ମଧ୍ୟ ବଡ ଅଜବ ।ତେବେ ଏହାର ଅଣ୍ଡା ଉପରେ ମଧ୍ୟ ଗବେଷଣା ଜାରି ରହିଛି । ଏହି ମାଛର ଅସ୍ତିତ୍ୱକୁ ବର୍ତ୍ତମାନ ଅନେକ ମ୍ୟୁଜିୟମ ରେ ସରକ୍ଷଣ କରି ରଖାଯାଇଛି ଓ ଏମାନଙ୍କର ବଂଶକୁ କିପରି ବଢାଯାଇ ପାରିବ ତାହା ଉପରେ ମଧ୍ୟ ଗବେଷଣା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.