ଶୁକ୍ରର ସ୍ଥାନ ହୋଇଥାଏ ବେଡ୍‌ରୁମ, ଭୁଲ୍‌ରେ ବି ରଖନ୍ତୁ ନାହିଁ ଏହି ୫ଟି ଜିନିଷ; ନଚେତ୍‌ ସାରା ଜୀବନ ଭୋଗିବେ କଷ୍ଟ

ଶୟନ କକ୍ଷ ପ୍ରତ୍ୟେକ ମଣିଷ ପାଇଁ ଖାସ୍‌ ସ୍ଥାନ ହୋଇଥାଏ। ଦିନର ଥକ୍କା ପରେ ସାମାନ୍ୟ ଆରାମ ଏହି କୋଠରୀରେ ହିଁ ମିଳିଥାଏ। ଏଥି ସହିତ ଶୟନ କକ୍ଷ ସେହି ସ୍ଥାନ ହୋଇଥାଏ, ଯେଉଁଠାରେ ବିବାହିତ ଲୋକମାନେ ନିଜ ସାଥୀଙ୍କ ସହିତ ସେମାନଙ୍କ ଖୁସିର ମୁହୂର୍ତ୍ତ ବିତାଇ ଥାଆନ୍ତି। କିନ୍ତୁ ଅନେକ ଥର ଜାଣିଶୁଣି କିମ୍ବା ଅଜାଣତରେ ଆମେ ଶୟନ କକ୍ଷରେ ଏମିତି କିଛି ଜିନିଷ ରଖି ଦେଇଥାଉ, ଯେଉଁ କାରଣରୁ ଜୀବନରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ବାସ୍ତୁ ଶାସ୍ତ୍ରରେ ଶୟନ କକ୍ଷର କିଛି ଦୋଷ ବିଷୟରେ କୁହାଯାଇଛି। ଶୟନ କକ୍ଷରେ କିଛି ଅନାବଶ୍ୟକ ଜିନିଷ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥାଏ। ଏହା ବ୍ୟତୀତ ଏହି ସାମଗ୍ରୀଗୁଡ଼ିକ ଆର୍ଥିକ ପ୍ରତିବନ୍ଧକ ମଧ୍ୟ ଆଣିଥାଏ। ବାସ୍ତୁ ଅନୁସାରେ, ଆସନ୍ତୁ ଜାଣିବା ଶୟନ କକ୍ଷରେ କେଉଁ କେଉଁ ଜିନିଷ ରହିବା କଥା ନୁହେଁ।

ଝାଡ଼ୁ କିମ୍ବା ଡଷ୍ଟବିନ: ଶୟନ କକ୍ଷରେ ଏହି ଜିନିଷଗୁଡିକୁ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ବ୍ୟାପିଥାଏ, ଯେଉଁ କାରଣରୁ ଘର କରିଥିବା ବ୍ୟକ୍ତିଙ୍କୁ ଭୟଙ୍କର ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ଏହା ବ୍ୟତୀତ ଏହା ମାନସିକ ଚାପକୁ ମଧ୍ୟ ବଢ଼ାଇଥାଏ। ତେଣୁ ଯେତେ ଜଲ୍‌ଦି ଶୟନ କକ୍ଷରୁ ଡଷ୍ଟବିନ ଏବଂ ଝାଡ଼ୁକୁ ବାହାର କରି ଦିଅନ୍ତୁ।

କଣ୍ଟା ଗଛ: ଶୟନ କକ୍ଷରେ ଭୁଲ୍‌ରେ ମଧ୍ୟ କଣ୍ଟା କିମ୍ବା ତୀକ୍ଷ୍ଣ ପତ୍ର ଥିବା ଗଛ ରଖିବା ଉଚିତ୍ ନୁହେଁ। ବାସ୍ତୁ ବିଶେଷଜ୍ଞ କୁହନ୍ତି, କଣ୍ଟା ଉଦ୍ଭିଦ ରଖିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ଆସିଥାଏ। ତେଣୁ ଏହାଠାରୁ ଦୂରେଇ ରହିବା ଉଚିତ୍। କଣ୍ଟା ଉଦ୍ଭିଦରୁ ଉତ୍ପନ୍ନ ବାସ୍ତୁ ଦୋଷ ଆର୍ଥିକ ଉନ୍ନତିରେ ବାଧା ସୃଷ୍ଟି କରିଥାଏ।

ଖରାପ ଇଲେକ୍ଟ୍ରୋନିକ୍ସ ଜିନିଷ: କୌଣସି ବି ପ୍ରକାର ଖରାପ କିମ୍ବା ବ୍ୟବହାରରେ ଆସୁ ନ ଥିବା ଇଲେକ୍ଟ୍ରୋନିକ୍ସ ଜିନିଷ ଶୟନ କକ୍ଷରେ ରଖିବା ଉଚିତ୍ ନୁହେଁ। ଯଦି ଶୟନ କକ୍ଷରେ ଏପରି କିଛି ଜିନିଷ ଅଛି, ତା’ ହେଲେ ତୁରନ୍ତ ଏହାକୁ ବାହାର କରି ଦିଅନ୍ତୁ। କାରଣ, ଏହି ପ୍ରକାରର ଜିନିଷ ଶୟନ କକ୍ଷରେ ରହିବା ଦ୍ୱାରା ଶୁକ୍ର ଏବଂ ରାହୁ ଭୟଙ୍କର ଦୋଷ ସୃଷ୍ଟି କରି ଥାଆନ୍ତି, ଯଦ୍ଦ୍ଵାରା ଘରେ ରହୁଥିବା ଲୋକଙ୍କର ମାନସିକ ଚାପ ବଢ଼ିଥାଏ। ଏଥି ସହିତ ନିଦ ନ ଆସିବାରେ ସମସ୍ୟା ସୃଷ୍ଟି ହୋଇଥାଏ।

କଳା ରଙ୍ଗର ଚାଦର: ଶୟନ କକ୍ଷ ଶୁକ୍ର ଗ୍ରହର ସ୍ଥାନ ହୋଇଥାଏ। ଶୁକ୍ର କଳା ରଙ୍ଗକୁ ଘୃଣା କରି ଥାଆନ୍ତି। ଏମିତିରେ ଶୟନ କକ୍ଷରେ ଭୁଲରେ ମଧ୍ୟ କଳା ରଙ୍ଗର ଚାଦର ବିଛାଇବା ଉଚିତ୍ ନୁହେଁ। କାହିଁକିନା, ଶୁକ୍ର ପ୍ରଭାବିତ ହେବା ଦ୍ୱାରା ସାରା ଜୀବନ ପଇସାର ଅଭାବ ଲାଗି ରହିଥାଏ।

ତାଜମହଲର ଫଟୋ: ଭୁଲରେ ବି ନିଜ ଶୟନ କକ୍ଷରେ ତାଜମହଲର ଫଟୋ ରଖନ୍ତୁ ନାହିଁ। କାରଣ, ଏହା ଆର୍ଥିକ ପ୍ରତିବନ୍ଧକ ଆଣିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.