Below header

ପ୍ରକାଶ ପାଇଲା +୨ ବାଣିଜ୍ଯ ରେଜଲ୍ଟ, ନୟାଗଡରୁ ପାସ୍ ହାର ସର୍ବାଧିକ

କେନ୍ଯୁଜ୍: ପ୍ରକାଶ ପାଇଲା +୨ ବାଣିଜ୍ଯ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ରହିଛି ୭୪.୯୫ ପ୍ରତିଶତ। ଏନେଇ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷ +୨ ବାଣିଜ୍ଯ ବିଭାଗରେ ମୋଟ ୨୫,୭୭୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୯,୩୧୮ ଜଣ ପାସ୍ କରିଛନ୍ତି।

ସୂଚନା ଅନୁଯାୟୀ ବାଣିଜ୍ଯ ବିଭାଗରେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୬,୬୨୯ ଜଣ, ଦ୍ବିତୀୟ ଶ୍ରେଣୀରେ ୪,୨୫୯ ଏବଂ ତ୍ତୀୟ ଶ୍ରେଣୀରେ ୮,୩୬୧ ଜଣ ପାସ୍ କରିଛନ୍ତି। ଅନ୍ଯପଟେ ନୟାଗଡରେ ସର୍ବାଧିକ ୮୮.୭୮ ପ୍ରତିଶତ ପିଲା ପାସ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.