ଆଜି ରାଜ୍ଯରେ ୨୫୮୯ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୦ଜଣଙ୍କ ମୁଣ୍ଡ

ଭୁବନେଶ୍ବର: ଆଜି ରାଜ୍ଯରେ ୨୫୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୨୯ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୫୭୪ ଏବଂ ଲୋକାଲ୍ କେସରୁ ୧୦୧୫ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୬୭,୧୨୨ ରେ ପହଁଚିଛି। ଏମାନଙ୍କ ୪୫,୩୧୪ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୧,୩୮୩ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୬୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 18th August
New Positive Cases: 2589
In quarantine: 1574
Local contacts: 1015(Details of local contacts will be shared by concerned District Administration)
District Wise Cases
1. Angul: 20
2. Balasore: 150
3. Bargarh: 67
4. Bhadrak: 47
5. Balangir: 1— I & PR Department, Odisha (@IPR_Odisha) August 19, 2020
ସେହିପରି ଅନୁଗୁଳରୁ ୨୦, ବାଲେଶ୍ବରରୁ ୧୫୦, ବରଗଡରୁ ୬୭, ଭଦ୍ରକରୁ ୪୭, ବଲାଙ୍ଗିରରୁ ୧, ବୌଦ୍ଧରୁ ୧୬, କଟକରୁ ୨୨୨, ଢେଙ୍କାନାଳରୁ ୨୫, ଗଜପତିରୁ ୩୬, ଗଞ୍ଜାମରୁ ୨୪୨, ଜଗତସିଂହପୁରରୁ ୨୧, ଯାଜପୁରରୁ ୯୫, ଝାରସୁଗୁଡା ୧୮, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୩୦, କେନ୍ଦ୍ରାପଡାରୁ ୧୦, କେନ୍ଦୁଝରରୁ ୫୩, କୋରାପୁଟରୁ ୯୨, ମାଲକାନଗିରିରୁ ୭୩, ମୟୁରଭଞ୍ଜରୁ ୧୧୭, ନବରଙ୍ଗପୁରରୁ ୩୬, ନୟାଗଡରୁ ୧୧, ନୂଆପଡାରୁ ୬, ପୁରୀରୁ ୨୩୫, ରାୟଗଡାରୁ ୨୧୧, ସମ୍ବଲପୁରରୁ ୬୬ , ସୋନପୁରରୁ ୨୬ ଏବଂ ସୁନ୍ଦରଗଡରୁ ୧୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Boudh: 16
7. Cuttack: 222
8. Dhenkanal: 25
9. Gajapati: 36
10. Ganjam: 242
11. Jagatsinghpur: 21
12. Jajpur: 95
13. Jharsuguda: 18
14. Kalahandi: 42
15. Kandhamal: 30
16. Kendrapada: 10
17. Keonjhar: 53
18. Khurda: 466
19. Koraput: 92
20. Malkangiri: 73
21. Mayurbhanj: 117— I & PR Department, Odisha (@IPR_Odisha) August 19, 2020
22. Nawarangpur: 36
23. Nayagarh: 11
24. Nuapada: 6
25. Puri: 235
26. Rayagada: 211
27. Sambalpur: 66
28. Sonepur: 26
29. Sundargarh: 155New Recoveries: 1535
Cumulative Tested: 1062469
Positive: 67122
Recovered: 45314
Active Cases: 21383— I & PR Department, Odisha (@IPR_Odisha) August 19, 2020
ଏହା ସହିତ ରାଜ୍ୟରେ ଆଜି ୧୦ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୭୨ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମ ୪, ଭୁବନେଶ୍ବରରୁ ୨ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ, ସୁନ୍ଦରଗଡରୁ ମଧ୍ଯ ୨ ଜଣଙ୍କର ମୃତ୍ଯୁ ହୋଇଛି । ସେହିପରି ଭଦ୍ରକ ଏବଂ ବରଗଡରୁ ଜଣେ ଆକ୍ରାନ୍ତଙ୍କର ମୃତ୍ଯୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।