Below header

ଅତାବିରା : ଆନନ୍ଦ ମଣ୍ତପ ସମ୍ମୁଖରେ ଟ୍ରକ ଧକ୍କାରେ ୨ ମୃତ

ଟ୍ରକ ଧକ୍କାରେ ୨ ଜଣ ବ୍ୟକ୍ତି ମୃତ । ବରଗଡ଼ ଜିଲ୍ଲା ଅତାବିରା ଆନନ୍ଦ ମଣ୍ତପ ସମ୍ମୁଖରେ ଘଟିଛି ଦୁର୍ଘଟଣା । ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ଆନନ୍ଦ ମଣ୍ତପ ସ୍ଥିତ କୋବେଟା ସୋରୁମ ସମ୍ମୁଖରେ ଟ୍ରକ ଧକ୍କା ଦେବା ଯୋଗୁଁ ୨ ଜଣ ବ୍ଯକ୍ତିଙ୍କ ମୃତ୍ୟୁ ହୋଇଛି ।

ବରଗଡ : ଟ୍ରକ ଧକ୍କାରେ ୨ ଜଣ ବ୍ୟକ୍ତି ମୃତ । ବରଗଡ଼ ଜିଲ୍ଲା ଅତାବିରା ଆନନ୍ଦ ମଣ୍ତପ ସମ୍ମୁଖରେ ଘଟିଛି ଦୁର୍ଘଟଣା । ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ଆନନ୍ଦ ମଣ୍ତପ ସ୍ଥିତ କୋବେଟା ସୋରୁମ ସମ୍ମୁଖରେ ଟ୍ରକ ଧକ୍କା ଦେବା ଯୋଗୁଁ ୨ ଜଣ ବ୍ଯକ୍ତିଙ୍କ ମୃତ୍ୟୁ ହୋଇଛି ।

ମୃତକମାନେ ହେଲେ ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବେହେରା ଗ୍ରାମର ଚିକୁ ସାହୁ ଓ 50 ବର୍ଷୀୟ ନାରାୟଣ ସେଟ l ସୂଚନା ଅନୁସାରେ  NL01 AB 8670 ନମ୍ବର ଥିବା ଗୋଟିଏ କେଣ୍ଟର ଟ୍ରକ ବରଗଡରୁ ସମ୍ବଲପୁର ଯାଉଥିବା ସମୟରେ କୋବେଟା ସୋରୁମ  ସମ୍ମୁଖରେ ଛିଡା ହୋଇଥିବା OD03S 6777 ନମ୍ବର ଥିବା ଗୋଟିଏ କାରକୁ ଓ ଗୋଟିଏ ଟ୍ରାକ୍ଟରରେ ଧାନକଟା ଗାଡି ଓହ୍ଲାଉଥିବା ସମୟରେ ୨ ଜଣ ବ୍ଯକ୍ତିଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୁତ୍ଯୁ ଘଟିଯାଉଛି । ଖବର ପାଇ ଅତାବିରା ପୋଲିସ ଘଟଣାସ୍ଥଳକୁ  ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.