ଶରୀରର ପାଇଁ ଲାଭଦାୟକ ହୋଇଥାଏ ଲିଙ୍ଗୁଡ଼ା ପରିବା, ଶରୀରକୁ ମିଳିଥାଏ ୫ଟି ଲାଭ

ବର୍ଷା ଋତୁରେ ଅନେକ ପ୍ରକାରର ପରିବା ମିଳିଥାଏ । ସେହିପରି ଏହି ଋତୁରେ କିଛି ଭିନ୍ନ ଭିନ୍ନ ପରିବା ମଧ୍ୟ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଚମତ୍କାରି ପ୍ରମାଣିତ ହୋଇଥାଏ । ସମସ୍ତ ପରିବା ମଧ୍ୟରେ ଲିଙ୍ଗୁଡ଼ା ପରିବା ଅନ୍ୟତମ । ଏହି ପରିବା ପାହାଡିଆ ଅଞ୍ଚଳରେ ମିଳିଥାଏ ।

ପନିପରିବା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ସେଥିପାଇଁ ଲୋକଙ୍କୁ ନିଜ ଡାଏଟ୍‌ରେ ସବୁ ପ୍ରକାରର ପରିବା ସାମିଲ୍‌ କରିବା ଉଚିତ୍‌ । ପନିପରିବାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେବେ ବର୍ଷା ଋତୁରେ ଅନେକ ପ୍ରକାରର ପରିବା ମିଳିଥାଏ । ସେହିପରି ଏହି ଋତୁରେ କିଛି ଭିନ୍ନ ଭିନ୍ନ ପରିବା ମଧ୍ୟ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଚମତ୍କାରି ପ୍ରମାଣିତ ହୋଇଥାଏ । ସମସ୍ତ ପରିବା ମଧ୍ୟରେ ଲିଙ୍ଗୁଡ଼ା ନାମକ ପରିବା ଅନ୍ୟତମ । ଏହି ପରିବା ପାହାଡିଆ ଅଞ୍ଚଳରେ ମିଳିଥାଏ । ଲିଙ୍ଗୁଡ଼ାକୁ ପନିପରିବା ମଧ୍ୟରେ ଏକ ହେଲ୍ଦି ପରିବା କୁହାଯାଏ । ଏହି ପରିବା ଲିଙ୍ଗୁଡ଼ାକୁ ଲିଙ୍ଗଡ, ଲୁଙ୍ଗୁଡୁ ଏବଂ କାସ୍ରୋଡ୍‌ ଭାବେ ମଧ୍ୟ ଜଣାଯାଏ । ଏହା ଏକ ଜଙ୍ଗଲର ପରିବା ହୋଇଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହି ପରିବା ପ୍ରୋଟିନ୍‌, କ୍ୟାଲସିୟମ୍‌ ଏବଂ ଭିଟାମିନ୍‌ ସମେତ ଅନେକ ପୋଷକ ତତ୍ତ୍ୱର ଭଣ୍ଡାର ହୋଇଥାଏ । ପ୍ରାୟ ୧ କପ୍‌ ଲିଙ୍ଗୁଡା ପନିପରିବାରେ ୬ ଗ୍ରାମ ପ୍ରୋଟିନ୍‌, ୩ ଗ୍ରାମ ଫାଇବର, ୨ ମିଲିଗ୍ରାମ ଆଇରନ୍‌, ୩୧ ମିଲିଗ୍ରାମ୍‌ ଭିଟାମିନ୍‌ ସି, ୮ ଗ୍ରାମ କାର୍ବସ୍‌ ଏବଂ ୧ ଗ୍ରାମ ଫ୍ୟାଟ୍‌ ମିଳିଥାଏ ।

ଏହି ପରିବାରେ ଅନେକ ଶକ୍ତିଶାଳୀ ଫ୍ୟାଟି ଏସିଡ୍‌ ଏବଂ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏଥିରେ ପୋଟାସିୟମ୍‌ ମାତ୍ରା ମଧ୍ୟ ଭରପୁର ଥାଏ । ଏଥିରେ କ୍ୟାଲୋରି ଏବଂ ଫ୍ୟାଟ୍‌ ମାତ୍ରା କମ ମିଳିଥାଏ । ଏଥିପାଇଁ ଏହି ପରିବାକୁ ଶରୀରର ପାଇଁ ଚମତ୍କାରି ବୋଲି ବିବେଚନା କରାଯାଇଛି । ତେବେ ଲିଙ୍ଗୁଡାରେ ଆଚାର ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ । ବର୍ଷା ଋତୁରେ ଏହି ପରିବା ୧ କିଲୋ ପ୍ରତି ୬୦ ରୁ ୭୦ ଟଙ୍କାରେ ମିଳିଥାଏ ।

ଲିଙ୍ଗୁଡ଼ା ପରିବା ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ୫ଟି ଲାଭ :

ଫାଇବର ମାତ୍ରା :
ଏହି ପରିବାରୁ ଭଲ ଫାଇବର ମାତ୍ରା ମିଳିଥାଏ । ଲିଙ୍ଗୁଡା ପରିବା ଖାଇବା ଦ୍ୱାରା ଶରୀରରେ ଜମା ହୋଇଥିବା ଖରାପ କୋଲେଷ୍ଟ୍ରଲ୍‌ କମ ହୋଇଥାଏ । ଏହା ଦ୍ୱାରା ହାର୍ଟ ଜନିତ ରୋଗର ସମସ୍ୟା ମଧ୍ୟ କମ ହୋଇଥାଏ ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ :
ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଲିଙ୍ଗୁଡା ଲାଭଦାୟକ ହୋଇପାରେ । ଏଥିରେ ପୋଟାସିୟମ୍‌ର ଭରପୁର ମାତ୍ରା ରହିଥାଏ । ସେଥପାଇଁ ଲିଙ୍ଗୁଡାକୁ ଖାଦ୍ୟ ଭାବେ ଗ୍ରହଣ କରିବା ଦ୍ୱାରା ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ ସାହାଯ୍ୟ ମିଳିଥାଏ ।

ଇମ୍ୟୁନ ସିଷ୍ଟମ ପାଇଁ ଲାଭକାରୀ :
ଲିଙ୍ଗୁଡା ପରିବା ଖାଇବା ଦ୍ୱାରା ଶରୀରରେ ଇମ୍ୟୁନ୍‌ ସିଷ୍ଟମ ଭଲ ହୋଇପାରେ । କାରଣ ଏଥିରେ ଭିଟାମିନ୍‌ ସି ର ଭରପୁର ମାତ୍ରା ରହିଥାଏ । କମ ଇମ୍ୟୁନିଟି ଥିବା ଲୋକଙ୍କ ପାଇଁ ଏହି ପରିବା ବହୁତ ଭଲ ହୋଇଥାଏ ।

ବ୍ଲଡ ସୁଗର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ :
ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ପାଇଁ ଲିଙ୍ଗୁଡା ବହୁତ ଭଲ ହେବା ସହ ଶରୀର ପାଇଁ ଅନେକ ପ୍ରଭାବଶାଳୀ ହୋଇଥାଏ । ଏଥିରେ ଥିବା ପୋଷକ ତତ୍ତ୍ୱ ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରି ରଖିଥାଏ । ଏହି ପରିବା ପେଟର ଅନ୍ୟ ସମସ୍ୟା ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ ।

ଓଜନ କମ କରିବାରେ ସାହାଯ୍ୟ କରେ :
ଯଦି ଆପଣ ନିଜ ଓଜନ କମ କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ଲିଙ୍ଗୁଡା ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଏହି ପରିବାରେ ଥିବା ପୋଷକ ତତ୍ତ୍ୱ ଶରୀରରେ ଓଜନକୁ ନିୟନ୍ତ୍ରଣ କରିଥାଏ ଏବଂ ଫ୍ୟାଟ୍‌ କମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.