Below header

ଏୟାର୍‌ ହୋଷ୍ଟେସ୍‌ ହତ୍ୟା ଅଭିଯୁକ୍ତଙ୍କ ପୋଲିସ ହେପାଜତରେ ମୃତ୍ୟୁ, ଥାନାର ଟଏଲେଟ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

ଟ୍ରେନି ଏୟାର୍‌ ହୋଷ୍ଟେସ୍‌ ରୁପଲ୍‌ ଓଗ୍‌ରେଙ୍କ ହତ୍ୟା ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ। ମୁମ୍ବାଇ ପୋଲିସର ଲକ୍‌ଅପ୍‌ରେ ମୃତ ଅବସ୍ଥାରେ ମିଳିଛନ୍ତି ଏହି ହତ୍ୟା ଅଭିଯୁକ୍ତ। ଶୁକ୍ରବାର ସକାଳେ ଅନ୍ଧେରୀ ଥାନାର ଟଏଲେଟ୍‌ରେ ସେ ନିଜ ପ୍ୟାଣ୍ଟ୍‌ରେ ଫାଶୀ ଦେଇ ଝୁଲିପଡ଼ିଥିବା ଦେଖିବାକୁ ମିଳିଛି।

ଟ୍ରେନି ଏୟାର୍‌ ହୋଷ୍ଟେସ୍‌ ରୁପଲ୍‌ ଓଗ୍‌ରେଙ୍କ ହତ୍ୟା ଅଭିଯୁକ୍ତଙ୍କ ସନ୍ଦେହଜନକ ମୃତ୍ୟୁ। ମୁମ୍ବାଇ ପୋଲିସର ଲକ୍‌ଅପ୍‌ରେ ମୃତ ଅବସ୍ଥାରେ ମିଳିଛନ୍ତି ଏହି ହତ୍ୟା ଅଭିଯୁକ୍ତ। ଶୁକ୍ରବାର ସକାଳେ ଅନ୍ଧେରୀ ଥାନାର ଟଏଲେଟ୍‌ରେ ସେ ନିଜ ପ୍ୟାଣ୍ଟ୍‌ରେ ଫାଶୀ ଦେଇ ଝୁଲିପଡ଼ିଥିବା ଦେଖିବାକୁ ମିଳିଛି। ତେବେ ପୋଲିସ ହେପାଜତରେ ଅଭିଯୁକ୍ତ କିପରି ଆତ୍ମହତ୍ୟା କଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୪ ବର୍ଷୀୟା ରୁପଲ୍‌ଙ୍କୁ ଗତ ରବିବାର ବିଳମ୍ବିତ ରାତିରେ ଅନ୍ଧେରୀର ମରୋଲ୍‌ ଅଞ୍ଚଳରେ ଥିବା ଏକ ଫ୍ଲାଟ୍‌ରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା। ରୁପଲ୍‌ ଛତିଶଗଡ଼ ରାୟପୁରର ବାସିନ୍ଦା ଥିଲେ ଏବଂ ଏଠାରେ ସେ ଏକ ଏୟାରଲାଇନ୍‌ରେ ଟ୍ରେନି ଏୟାର୍‌ ହୋଷ୍ଟେସ୍‌ ରୂପେ କାମ କରୁଥିଲେ। ଟ୍ରେନିଂ ନେବା ପାଇଁ ସେ ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇ ଆସିଥିଲେ।

ଯେଉଁ ଫ୍ଲାଟ୍‌ରେ ରୁପଲ୍‌ ରହୁଥିଲେ, ସେଠାରେ ଗତ ୧ ବର୍ଷ ହେବ ଅଭିଯୁକ୍ତ ବିକ୍ରମ ଅଠଓ୍ଵାଲ୍‌ (୪୦) ହାଉସ୍‌କିପିଂର କାମ କରୁଥିଲେ। ରୁପଲ୍‌ଙ୍କ ହତ୍ୟା ଅଭିଯୋଗରେ ବିକ୍ରମଙ୍କୁ ଗତ ସୋମବାର ଗିରଫ କରାଯାଇଥିଲା। ସ୍ଥାନୀୟ ଏକ କୋର୍ଟ ଅଭିଯୁକ୍ତଙ୍କୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଥିଲେ। ତେବେ ତଦନ୍ତ ବେଳେ ପୋଲିସ ଅଭିଯୁକ୍ତଙ୍କଠାରୁ ହତ୍ୟାକାଣ୍ଡ ବେଳେ ସେ ପିନ୍ଧିଥିବା କପଡ଼ା ଏବଂ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଥିଲା।

ପୋଲିସ ସୂଚନା ମୁତାବକ, ହାଉସ୍‌କିପିଂର କାମ କରୁଥିବା ବିକ୍ରମ ଓ ରୁପଲ୍‌ଙ୍କ ମଧ୍ୟରେ ବହୁତ ଛୋଟ ଛୋଟ କଥାରେ ଝଗଡ଼ା ହେଉଥିଲା। ଏହି କାରଣରୁ ବିକ୍ରମ ଆବର୍ଜନା ବ୍ୟାଗ୍‌ ନେବା ଏବଂ କମୋଡ୍‌ ସଫା କରିବା ବାହାନାରେ ଫ୍ଲାଟ୍‌ରେ ପଶିଥିଲେ। ଏହାପରେ ସେ ରୁପଲ୍‌ଙ୍କୁ ହତ୍ୟା କରି ସେଠାରୁ ଫେରାର୍‌ ହୋଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.