ବାଲେଶ୍ବର: ଜମିଜମା ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୬  ଗୁରୁତର

ଜଳେଶ୍ବର(କେନ୍ୟୁଜ୍): ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ  କାଳସିମୁଳି ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ।ଏହି ଗଣ୍ଡଗୋଳରେ ଦୁଇ ପରିବାରର ୬ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ  ଆମ୍ବୁଲାନ୍ସ ଯୋଗେ ପ୍ରଥମେ  ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବସ୍ତା ହସ୍ପିଟାଲକୁ  ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ କାଳସିମୁଳି ଗ୍ରାମର ମାୟାଧର ବେହେରା ଓ ଲମ୍ବୋଧର ବେହେରାଙ୍କ ମଧ୍ୟରେ  ଦୀର୍ଘଦିନ ଧରି  ଜମିଜମାକୁ କେନ୍ଦ୍ରକରି ବିବାଦ ରହିଥିବା ବେଳେ ଆଜି ସକାଳେ  ତାହା ଉଗ୍ରରୂପ ନେଇଥିଲା।  ଧାନକ୍ଷେତ ପାଲଟି ଥିଲା ରଣକ୍ଷେତ୍ର ।  ବିଲ ମଝିରେ ଉଭୟ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା ।ଫଳରେ ଉଭୟ ପରିବାରରୁ ୬ଜଣ ଆହତ ହୋଇଛନ୍ତି।  ଏନେଇ ବାଲିଆପାଳ ଥାନାରେ ଉଭୟ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.