Below header

୧୨ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଆସିଗଲା ସ୍ୱଦେଶୀ କୋଭିଡ୍‌ ଟିକା, ଜିକୋଭ୍‌ ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା DCGI

କେନ୍ୟୁଜ୍(ବ୍ୟୁରୋ):  ଭାରତକୁ ମିଳିଲା ଆଉ ଏକ ସ୍ୱଦେଶୀ କୋଭିଡ୍‌ ଟିକା । ଦେଶର ଟିକାକରଣ ଅଭିଯାନରେ ସାମିଲ ହେଲା ଜାଇଡସ୍‌ କାଡିଲା । ଜାଇଡସ୍‌ କାଡିଲାର କୋଭିଡ୍‌ ଟିକା ଜିକୋଭ୍‌ ଡି’କୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି DCGI । ଏହି ଟିକାର ୩ଟି ଡୋଜ୍‌ ନେବାକୁ ହେବ। ଏହା ବିଶ୍ୱର ପ୍ରଥମ ଡିଏନ୍‌ଏ କୋଭିଡ୍‌ ଟିକା । ଜୁଲାଇ ୧ରେ ଜରୁରୀ ବ୍ୟବହାର ଅନୁମତି ପାଇଁ ଡିସିଜିଆଇରେ ଆବେଦନ କରିଥିଲା ଅହମ୍ମଦାବାଦ କମ୍ପାନୀ ଜାଇଡସ୍‌ କାଡିଲା ।

ଜିକୋଭ୍‌ ଡି’ ଟିକା ୬ ନମ୍ବର ଟିକା ଭାବେ ଭାରତର ଟିକାକରଣ ଅଭିଯାନରେ ସାମିଲ ହୋଇଛି । ପୂର୍ବରୁ ସ୍ୱଦେଶୀ ଟିକା କୋଭାକ୍ସିନ୍‌, କୋଭିସିଲ୍‌ଡ, ରୁଷ ଟିକା ସ୍ପୁଟନିକ୍‌ ଭି ଓ ଦୁଇଟି ଆମେରିକୀୟ ଟିକା ମୋଡେର୍ଣ୍ଣା ଓ ଜନସନ୍‌ ଆଣ୍ଡ ଜନସନ୍‌କୁ ଅନୁମତି ମିଳି ସାରିଛି । ଜିକୋଭ୍‌ ଡି ବୟସ୍କଙ୍କ ସମେତ ୧୨ ରୁ ୧୮ ବର୍ଷ ବୟସର ପିଲାଙ୍କୁ ମଧ୍ୟ ଦିଆଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.