Below header

ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ସାଙ୍ଗ, ଦୁଇ ଜଣ ଯାକ ମୃତ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଦକ୍ଷିଣବାଡ଼ ସାଆଁପୁର ଗାଁରେ ଅଘଟଣ। ମୁକେଶ ଗିରି ଏବଂ କମଳଲୋଚନ ବାରିକ ଚିଲପଦୀ ରାସ୍ତା ପାର୍ଶ୍ୱରେ ନୂଆ ଖୋଳା ଯାଇଥିବା ପୋଖରୀରେ ଗାଧୋଉଥିଲା ବେଳେ ପୋଖରୀ ଭିତରକୁ ଗୋଡ଼ ଖସି ଯାଇଥିଲା।

ଭଦ୍ରକ(କେନ୍ୟୁଜ୍): ପୋଖରୀରେ ବୁଡ଼ି ୨ ଛାତ୍ର ମୃତ।। ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ସାଙ୍ଗ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଦକ୍ଷିଣବାଡ଼ ସାଆଁପୁର ଗାଁରେ ଅଘଟଣ। ମୁକେଶ ଗିରି ଏବଂ କମଳଲୋଚନ ବାରିକ ଚିଲପଦୀ ରାସ୍ତା ପାର୍ଶ୍ୱରେ ନୂଆ ଖୋଳା ଯାଇଥିବା ପୋଖରୀରେ ଗାଧୋଉଥିଲା ବେଳେ ପୋଖରୀ ଭିତରକୁ ଗୋଡ଼ ଖସି ଯାଇଥିଲା।

ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଧାମନଗର ମେଡିକାଲକୁ ନିଆଯାଇଥିଲା। ଡାକ୍ତର ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.