ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସକୁ ଫୋନ କରି କହିଲେ, ସହରରେ ପଶିଛନ୍ତି ୩ ଆତଙ୍କବାଦୀ

ମୁମ୍ବାଇ : ମୁମ୍ବାଇ ସହରରେ ୩ ଆତଙ୍କବାଦୀ ପଶିଛନ୍ତି ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ପୋଲିସକୁ ଫୋନ କରି କହିଛନ୍ତି । ଏହି ଆତଙ୍କବାଦୀମାନେ ଦୁବାଇ ବାଟ ଦେଇ ମୁମ୍ବାଇରେ ପଶିଛନ୍ତି ବୋଲି ଜଣେ ଅଜ୍ଞାତ ବ୍ୟକ୍ତି ଶୁକ୍ରବାର ଫୋନ ଯୋଗେ କହିଛନ୍ତି । ଅଜ୍ଞାତ ବ୍ୟକ୍ତି ଜଣକ ଏହି ଆତଙ୍କବାଦୀର ମୋବାଇଲ ଫୋନ, ଗାଡି ନମ୍ବର ଓ ତା’ର ନାମ ମୁଜିବ ସୟଦ ବୋଲି ମଧ୍ୟ ପୋଲିସକୁ ଫୋନ ଯୋଗେ କହିଛି ।

ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ହେଲେ ଏହି ସୂଚନା ମିଥ୍ୟା ହୋଇପାରେ ବୋଲି ପୋଲିସ କହିଛି । ପୋଲିସ ଫୋନ କରିଥିବା ବ୍ୟକ୍ତିକୁ ଖୋଜି ବାହାର କରିବାକୁ ଚେଷ୍ଟା କରୁଛି । କାରଣ ପୂର୍ବରୁ ଥରେ ମଧ୍ୟ କେହି ଫୋନ ଯୋଗେ ଏମିତି ଖବର ଦେଇଥିଲେ । ଯାହା ତଦନ୍ତ ପରେ ମିଥ୍ୟା ବୋଲି ଜଣାପଡିଥିଲା । ଯଦି ଏଥର ସେପରି ହୋଇଥାଏ, ତେବେ କଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.