୪ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ, ସହାୟତା ପାଇଁ କରିପାରନ୍ତି ଆଲୋଚନା

ଗତ ବର୍ଷ ଋଷିଆରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା । ୪ ଦିନିଆ ଗସ୍ତରେ ଆସି ସୋମବାର ସେ ଭାରତରେ ପହଞ୍ଚିବେ । ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ଆଲୋଚନା, ୟୁକ୍ରେନର ବର୍ତ୍ତମାନର ପରିସ୍ଥିତି ଓ ଦୁଇଦେଶର ସ୍ୱାର୍ଥ ସମ୍ବଳିତ କିଛି ବିଶ୍ୱୀୟ ମାମଲା ସମ୍ପର୍କରେ ଆଲୋଚନା କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।

ନୂଆଦିଲ୍ଲୀ : ଗତ ବର୍ଷ ଋଷିଆରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଏମିନ ଝାପାରୋଭା । ୪ ଦିନିଆ ଗସ୍ତରେ ଆସି ସୋମବାର ସେ ଭାରତରେ ପହଞ୍ଚିବେ । ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ଆଲୋଚନା, ୟୁକ୍ରେନର ବର୍ତ୍ତମାନର ପରିସ୍ଥିତି ଓ ଦୁଇଦେଶର ସ୍ୱାର୍ଥ ସମ୍ବଳିତ କିଛି ବିଶ୍ୱୀୟ ମାମଲା ସମ୍ପର୍କରେ ଆଲୋଚନା କରିବେ ବୋଲି ସରକାରୀ ସୂତ୍ରରୁ ଜଣାପଡିଛି ।

ମନ୍ତ୍ରୀ ଝାରପୋଭା ତାଙ୍କ ଗସ୍ତ କାଳରେ ଭାରତର ବୈଦେଶିକ ମନ୍ତ୍ରୀ (ରାଜ୍ୟ) ମିନାକ୍ଷୀ ଲେଖି ଓ ଜାତୀୟ ଉପ ସୁରକ୍ଷା ପରାମର୍ଶଦାତା ବିକ୍ରମ ମିଶ୍ରିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ । ପ୍ରାୟ ୩୦ ବର୍ଷ ଧରି ଭାରତ-ୟୁକ୍ରେନ ମଧ୍ୟରେ ଶିଳ୍ପ, ଶିକ୍ଷା, ସଂସ୍କୃତି ଓ ପ୍ରତିରକ୍ଷା ନେଇ କୁଟନୈତିକ ଓ ଦ୍ୱିପାକ୍ଷୀକ ସମ୍ପର୍କ ରହିଛି ।

ତାଙ୍କର ଏହି ଗସ୍ତ ସମୟରେ ୟୁକ୍ରେନର ଯୁଦ୍ଧ ପରବର୍ତ୍ତୀ ଧ୍ୱଂସ ପାଇଁ ଆବଶ୍ୟକ ମାନବୀୟ ସହାୟତା ଆଶା କରିପାରନ୍ତି ବୋଲି ଆଶା କରାଯାଉଛି । ଏହି ଗସ୍ତ ସମୟରେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କିଭ ଗସ୍ତ ପାଇଁ ଆମନ୍ତ୍ରିତ କରିପାରନ୍ତି ବୋଲି ଗଣମାଧ୍ୟମରୁ ଜଣାପଡିଛି ।

ଯୁଦ୍ଧ ପରଠାରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନ ଓ ଜେଲେନସ୍କିଙ୍କ ସହ ବହୁବାର କଥା ହୋଇଛନ୍ତି । ଆଲୋଚନା ଓ କୁଟନୈତିକ ମାଧ୍ୟମରେ ଯୁଦ୍ଧ ଅବସାନର ଏକମାତ୍ର ମାଧ୍ୟମ ବୋଲି ମଧ୍ୟ ଶ୍ରୀ ମୋଦି କହି ଆସିଛନ୍ତି । ଯଦି ଶାନ୍ତି ଉଦ୍ୟମ ଆବଶ୍ୟକ ପଡେ ତେବେ ଭାରତ ସହାୟତା କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.