Below header

ମାମୁଘର ଗାଁରେ ଭଣଜାର ଉନ୍ମତ୍ତକାଣ୍ଡ, ଟାଙ୍ଗିଆ ଆକ୍ରମଣରେ ୨ ଆହତ

ମାମୁଘର ଗାଁରେ ଭଣଜାର ଉନ୍ମତ୍ତକାଣ୍ଡ। ଟାଙ୍ଗିଆ ଆକ୍ରମଣରେ ୨ ଆହତ। ହାତରେ ଟାଙ୍ଗିଆ ଧରି ଯାହାକୁ ପାରିଲା ମାରି ଗୋଡ଼ାଇଲା। କାବୁ କରିବାକୁ ଯାଇ କିଛି ଲୋକ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ।

ଚାନ୍ଦବାଲି (କେନ୍ୟୁଜ): ମାମୁଘର ଗାଁରେ ଭଣଜାର ଉନ୍ମତ୍ତକାଣ୍ଡ। ଟାଙ୍ଗିଆ ଆକ୍ରମଣରେ ୨ ଆହତ। ପୋଲିସ ଗାଡ଼ିକୁ ବି ଆକ୍ରମଣ କରିଥିଲା । ଚାନ୍ଦବାଲି ଥାନା ନାଲଗୁଣ୍ଡା ପଳାସପୁର ଗାଁରେ ଏହି ଘଟଣା ଘଟିଛି। ବାସୁଦେବପୁର ଅଞ୍ଚଳର ଭୀମସେନ ନାମକ ଜଣେ ଯୁବକ ନିଜ ମାମୁ ଘର ଗାଁକୁ ଆସିଥିଲା।

ହେଲେ ଗତକାଲି ସଂନ୍ଧ୍ୟାରେ ଭୀମସେନ ଦୁଇରୁ ତିନି ଘଣ୍ଟା ଧରି ଗାଁ ଦାଣ୍ଡରେ ଆତଙ୍କ ଖେଳାଇଥିଲା । ହାତରେ ଟାଙ୍ଗିଆ ଧରି ଯାହାକୁ ପାରିଲା ମାରି ଗୋଡ଼ାଇଲା। କାବୁ କରିବାକୁ ଯାଇ କିଛି ଲୋକ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ। ଭୟରେ ଯିଏ ଯୁଆଡ଼େ ପାରିଲେ ଦୌଡ଼ି ପାଳାଥିଲେ। ଖବର ପାଇ ଚାନ୍ଦବାଲି ଓ ମତୋ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ କାବୁ କରି ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ଭୀମସେନ ମାନସିକ ବିକାରଗସ୍ତ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.