ପାକିସ୍ତାନ ବାଲୁଚିସ୍ତାନ ଗ୍ବାଦର ବନ୍ଦରରେ ଆକ୍ରମଣ, ୮ ଆକ୍ରମଣକାରୀ ନିହତ

ପାକିସ୍ତାନ ଗ୍ବାଦର ବନ୍ଦରରେ ଆତଙ୍କବାଦୀ ହମଲା। ସୁରକ୍ଷାକର୍ମୀ -ଆତଙ୍କବାଦୀ ଗୁଳି ବିନିମୟ। ୮ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମୀ। ବୁଧବାର ଅପରାହ୍ଣରେ ଆତଙ୍କବାଦୀମାନେ ପଶି ଗ୍ବାଦର ବନ୍ଦର ଅଥରିଟି ଜେନ୍ ଭିତରକୁ ପଶି ଆସି ଆଖିବୁଜା ଗୁଳିମାଡ଼ କରିଥିଲେ।

ନୂଆଦିଲ୍ଲୀ : ପାକିସ୍ତାନ ଗ୍ବାଦର ବନ୍ଦରରେ ଆତଙ୍କବାଦୀ ହମଲା । ସୁରକ୍ଷାକର୍ମୀ -ଆତଙ୍କବାଦୀ ଗୁଳି ବିନିମୟ । ୮ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଛି । ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମୀ । ବୁଧବାର ଅପରାହ୍ଣରେ ଆତଙ୍କବାଦୀମାନେ ପଶି ଗ୍ବାଦର ବନ୍ଦର ଅଥରିଟି ଜେନ୍ ଭିତରକୁ ପଶି ଆସି ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳିମାଡ଼ କରିବା ପୂର୍ବରୁ ଶକ୍ତିଶାଳୀ ବିସ୍ଫୋରଣ କରିଥିଲେ । ବନ୍ଦର ପରିସରରେ ଥିବା ଦୁଇଟି ଫାଟକକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ପରେ ଆକ୍ରମଣକାରୀଙ୍କ ଉପରେ ପାଲଟା ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ ।

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୮ ଜଣ ଆକ୍ରମଣକାରୀଙ୍କ ମୃତ୍ୟୁ ଘଟିଥିବା ସୁରକ୍ଷାକର୍ମୀ ଦାବି କରିଛନ୍ତି । ଗ୍ବାଦର ପୋର୍ଟ କମ୍ପ୍ଲୋକ୍ସ ଏକ ହାଇ ସିକ୍ୟୁରିଟି ଜୋନ୍ । ଗ୍ବାଦର ବନ୍ଦର ହେଉଛି ଚୀନ-ପାକିସ୍ତାନ ଅର୍ଥନୈତିକ କରିଡରର ଏକ ବଡ଼ ପ୍ରକଳ୍ପ । ଏହି ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ବିଦ୍ରୋହ ସତ୍ତ୍ବେ ବିପୁଳ ପୁଞ୍ଜି ନିବେଶ କରିଛି ଚୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.