ପୋଷ୍ଟାଲ ବାଲାଟରେ ଭୋଟ ଦେବେ ପ୍ରାଧିକୃତ ସାମ୍ବାଦିକ, ନିର୍ବାଚନ କମିଶନଙ୍କ ନିଷ୍ପତ୍ତି

ପ୍ରାଧିକୃତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ । ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବା ଜରୁରୀ । ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିସନ ଯାଞ୍ଚ କରିବେ । ଆକ୍ରେଡିସନ ଯାଞ୍ଚ ପରେ ଯଥା ସମୟରେ ପୋଷ୍ଟାଲ ବାଲାଟ ପହଞ୍ଚିବ । ପୋଷ୍ଟାଲ ବାଲାଟରେ ଭୋଟ ଦେଇ ରିଟର୍ଣ୍ଣିଂ ଅଫିସରଙ୍କୁ ପଠାଇ ପାରିବେ ।

ନୂଆଦିଲ୍ଲୀ : ଭାରତ ନିର୍ବାଚନ କମିଶନଙ୍କ ଐତିହାସିକ ନିଷ୍ପତ୍ତି । ପ୍ରାଧିକୃତ ସାମ୍ବାଦିକମାନେ ଏଥର ପୋଷ୍ଟାଲ ବାଲାଟରେ ଭୋଟ ଦେଇପାରିବେ । ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଅଗ୍ରଣୀ ଭୂମିକା ରହିଆସିଛି । ନିର୍ବାଚନ ସମୟରେ ଅନେକ କାର୍ଯ୍ୟରତ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରାଧିକୃତ ସାମ୍ବାଦିକ ଓ ଗଣତନ୍ତ୍ରର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ କରିବା ଜରୁରୀ । ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିସନ ଯାଞ୍ଚ କରିବେ । ଆକ୍ରେଡିସନ ଯାଞ୍ଚ ପରେ ଯଥା ସମୟରେ ପୋଷ୍ଟାଲ ବାଲାଟ ପହଞ୍ଚିବ । ପୋଷ୍ଟାଲ ବାଲାଟରେ ଭୋଟ ଦେଇ ରିଟର୍ଣ୍ଣିଂ ଅଫିସରଙ୍କୁ ପଠାଇ ପାରିବେ ।

ନିର୍ବାଚନ ଡ୍ୟୁଟିରେ ନିୟୋଜିତ ସମସ୍ତ ପ୍ରାଧିକୃତ ଗଣମାଧ୍ୟମ କର୍ମଚାରୀ ଯେଉଁଠାରେ କାର୍ଯ୍ୟ କରୁଛନ୍ତି ସେହି ସ୍ଥାନରେ ପୋଷ୍ଟାଲ ବାଲାଟ ମାଧ୍ୟମରେ ନିଜର ଭୋଟ ଦେଇପାରିବେ। ନିର୍ବାଚନରେ ସର୍ବାଧିକ ସଂଖ୍ୟକ ଭୋଟର ଅଂଶଗ୍ରହଣ କରିବା ପାଇଁ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ପୋଷ୍ଟାଲ ବାଲଟ କଣ ?

ଡାକ ଭୋଟିଂ କେବଳ ଏକ ନିର୍ଦ୍ଦିଷ୍ଟ ଭୋଟରଙ୍କ ପାଇଁ ଉପଲବ୍ଧ । ବାଲାଟ ପେପରରେ ତାଙ୍କ ପସନ୍ଦକୁ ଟାଇପ୍ କରି ଭୋଟ ଗଣନା ହେବା ପୂର୍ବରୁ ଏହାକୁ ଯାଞ୍ଚ ଅଧିକାରୀଙ୍କ ନିକଟକୁ ଫେରାଇ ଦିଆଯାଏ, ଜଣେ ଭୋଟର ପୋଷ୍ଟାଲ ବାଲଟ ଦ୍ବାରା ଦୂରରୁ ନିଜର ଭୋଟ୍ ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.