ଆଜିଠୁ ବଦଳିବ ପାଗର ମିଜାଜ, ବଢ଼ିବ ତାପମାତ୍ରା

ଆଜିଠୁ ବଦଳିବ ପାଗର ମିଜାଜ। କାଳବୈଶାଖୀର ଲଗାଣ ବର୍ଷା ପରେ ପାଗରେ ହେବ ବଡ଼ ପରିବର୍ତ୍ତନ। ଟାଇଁ ଟାଇଁ ଖରା ହେବ। ତାତି ପୁଣି ବଢ଼ିବ। ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ପାଇପାରେ।

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଫିଟିବ ପାଗ । ପଡ଼ିବ ଖରା । ବର୍ଷା ଆଉ ଶୀତ କମିବ, ତାପମାତ୍ରା ବଢ଼ିବ । ଗତ ତିନି ଦିନ ହେଲା ଓଡ଼ିଶାରେ ଅସ୍ବାଭାବିକ ପାଗ ଲାଗି ରହିଥିଲା । ଟାଇଁ ଟାଇଁ ଖରା ପରେ ମାଡ଼ି ଆସିଥିଲା ବର୍ଷା । ଭୀଷଣ ବର୍ଷା ପାଗକୁ ପୂରା ଶୀତୁଆ କରି ଦେଇଥିଲା । ଶୀତଦିନ ଠାରୁ ଅଧିକ ଥରାଇଥିଲା ଖରା ଦିନିଆ ଶୀତ। ଆଜି ସକାଳୁ ମଧ୍ୟ ଅସ୍ବାଭାବିକ ପାଗ। ଘନ କୁହୁଡ଼ି ଦେଖିବାକୁ ମିଳିଛି। ଡିସେମ୍ବେର ବା ଜାନୁଆରୀ ମାସ ଭଳି ଘନ କୁହୁଡ଼ି। ଗତ ୩ ଦିନର ଲଗାଣ ବର୍ଷା ମାର୍ଚ୍ଚର ତାପମାତ୍ରା ୭୧ ବର୍ଷର ରେକର୍ଡ ଭାଙ୍ଗିଛି।

ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଗତକାଲି ୧୯.୨ ଡିଗ୍ରୀ ରେକର୍ଡ ହୋଇଥିଲା। ପୂର୍ବରୁ କେବଳ ୧୯୭୦ ମସିହାରେ ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୨୪ ଡିଗ୍ରୀକୁ ଖସିଥିଲା। ଉପକୂଳ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ପ୍ରାୟ ୧୦ ଡିଗ୍ରୀ ତଳେ ଥିଲା। ତେବେ ଆଜିଠୁ ବଦଳିବ ପାଗର ମିଜାଜ। କାଳବୈଶାଖୀର ଲଗାଣ ବର୍ଷା ପରେ ପାଗରେ ହେବ ବଡ଼ ପରିବର୍ତ୍ତନ। ଟାଇଁ ଟାଇଁ ଖରା ହେବ। ତାତି ପୁଣି ବଢ଼ିବ। ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ପାଇପାରେ। ୨୩ ତାରିଖ ବେଳକୁ ଅଧା ଓଡ଼ିଶା ଓ ୨୪ ତାରିଖ ବେଳକୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବ। ୨୪ତାରିଖରେ ବହୁ ସ୍ଥାନରେ ଦିନର ତାପମାତ୍ରା ୩୯ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.