କେନ୍ଦୁଝର: ମାଲବାହୀ ଟ୍ରେନ୍ ଧକ୍କାରେ ଜଣେ ମୃତ, ଏପଟେ ସ୍କର୍ପିଓ ଓ ବାଇକ ଦୁର୍ଘଟଣାରେ ଗଲା ଜଣଙ୍କ ଜୀବନ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ସଦର ବ୍ଲକ ନଇଗାଁ ଠାରେ ଅଘଟଣ। ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏନେଇ ଖବର ପାଇ ଘଟଣାସ୍ଥଳରେ ସଦର ପୋଲିସ୍ ପହଂଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ବ୍ୟକ୍ତି ଜଣକ ଟ୍ରେନ୍ ଲାଇନ କଡରେ ଚାଲି ଚାଲି ଯାଉଥିବା ବେଳେ ଘଟିଛି ଏପରି ଦୁର୍ଘଟଣା ।

ଏପଟେ ଜିଲ୍ଲାର ବାଂଶପାଳ ବ୍ଲକ ମେରେଇ ସାହି ନିକଟରେ ସ୍କର୍ପିଓ ଓ ବାଇକ ଧକ୍କାରେ ଜଣଙ୍କର ମୃତ୍ଯୁ ହୋଇଛି। ଏହାସହ ଜଣେ ଆହତ ମଧ୍ଯ ହୋଇଛନ୍ତି। ମୃତକ ଜଣକ ନୟା କୋଟ ଥାନା ଗୋପପୁର ଗ୍ରାମର ଗୁରା ମୁଣ୍ଡା ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.