ହାଇୱେ ମୁହାଁ ହାୱାଇ ଦ୍ୱୀପର ମଉନା ଲୋଆ ଆଗ୍ନେୟଗିରିର ଲାଭା, ପ୍ରତି ଘଣ୍ଟାରେ ୪୦ ଫୁଟ୍‌ ବେଗରେ ଆଗକୁ ବଢୁଛି

କେନ୍ୟୁଜ୍: ମଉନା ଲୋଆ, ବିଶ୍ୱର ସର୍ବବୃହତ୍ତ ସକ୍ରିୟ ଆଗ୍ନେୟଗିରିରୁ ସୃଷ୍ଟି ଲାଭା ଏବେ ହାୱାଇର ପ୍ରମୁଖ ହାଇୱେ ପ୍ରତି ସୃଷ୍ଟି କରିଛି ବିପଦ । ଲାଭା ଏବେ ହାଇୱେ ଆଡେ ମୁହାଁଇଛି। ହାୱାଇର ବିଗ୍‌ ଆଇଲାଣ୍ଡରେ ଥିବା ଏହି ଆଗ୍ନେୟଗିରିରୁ ଗତ ନଭେମ୍ବର ୨୯ ତାରିଖରେ ଲାଭା ଉଦ୍‌ଗୀରଣ ଆରମ୍ଭ ହୋଇଥିଲା। ୧୫୦ ଫୁଟ୍‌ ଉଚ୍ଚ ପର୍ଯ୍ୟନ୍ତ ଉଦ୍‌ଗୀରଣ ହୋଇଥିଲା। ଉଦ୍‌ଗୀରଣ ଜାରି ରହିଥିବାରୁ ବାହାରୁ ଥିବା ଲାଭା ଆଗକୁ ବଢ଼ୁଛି ।

lava

ହାୱାଇ ଦ୍ୱୀପରେ ଡାନିଏଲ କେ ଏନୁୟି ରାଜପଥ ହିଲୋ ଓ କାଇଲୁଆ-କୋନା ଅଂଚଳକୁ ଯୋଡୁଛି। ସ୍ଥଳଭାଗରେ ଉଭୟ ଅଂଚଳକୁ ଯୋଡ଼ୁଥିବା ଏହା ଏକ ମାତ୍ର ରାଜପଥ। ତେଣୁ ଉଭୟ ଅଂଚଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପାରେ। ପ୍ରତି ଘଣ୍ଟାରେ ୪୦ ଫୁଟ୍‌ ବେଗରେ ଆଗକୁ ବଢୁଛି। ରବିବାର ସୁଦ୍ଧା ହାଇୱେଠାରୁ ଲାଭା ୨. ୨୫ ମାଇଲ ଦୂରରେ ଥିଲା ଲାଭା। ପ୍ରକୃତିର ଏହି ଉଗ୍ର ରୂପକୁ କେହି ବଦଳାଇ ପାରିବେ ନାହିଁ।

ଲାଭାର ଗତିପଥକୁ ମଧ୍ୟ ବଦଳାଇବା ସହଜ ନୁହଁ। ୧୯୩୫ରେ ମଉନା ଲୋଆର ଲାଭାର ଗତିପଥ ବଦଳାଇବାକୁ ଉଦ୍ୟମ କରିଥିଲା ଆମେରିକା ସେନା। ବୋମାମାଡ କରାଯାଇଥିଲା। କିନ୍ତୁ ତାହା ବିଫଳ ହୋଇଥିଲା।