Below header

ଶେଷ ହେଲା କୋଣାର୍କ ମହୋତ୍ସବ: ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ସହ କୁଚିପୁଡି ନୃତ୍ୟ

ଗୋପ(କେନ୍ୟୁଜ୍):ଶେଷ ହେଲା କୋଣାର୍କ ମହୋତ୍ସବ । ଶେଷ ସଂଧ୍ୟାରେ ମନ ମୋହିଲା ଓଡ଼ିଶୀ ସହ କୁଚିପୁଡି ନୃତ୍ୟ । ଶେଷ ସଂଧ୍ୟାରେ ଭୁବନେଶ୍ୱରର ନୃତ୍ୟ ନୈବେଦ୍ୟ କଳାକାର ମାନେ ଓଡ଼ିଶୀ ନୃତ୍ୟରେ ମଞ୍ଚସ୍ଥ କରିଥିଲେ ‘ସୂର୍ଯ୍ୟ ବନ୍ଦନା’ । ଓଡ଼ିଶୀ ଉନ୍ଦରେ ନୃତ୍ୟଶିଳ୍ପୀ ମାନେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ ।

ଏହି ନୃତ୍ୟକୁ ଗୁରୁ ନିତ୍ୟାନନ୍ଦ ମିଶ୍ର ରଚନା କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ । ବାଦ୍ୟ ସଂଯୋଜନା କରିଥିଲେ ଗୁରୁ ବିଜୟ କୁମାର ବାରିକ୍‌ । ନୃତ୍ୟ ନୈବେଦ୍ୟ ଅନୁଷ୍ଠାନର କଳାକାର ମାନଙ୍କ ଦିତୀୟ ପ୍ରସ୍ତୁତି ଥିଲା ‘ପଲ୍ଲବୀ’ । କାର୍ଯ୍ୟକ୍ରମର ଦ୍ୱିତୀୟ ଅର୍ଘ୍ୟରେ ଚେନ୍ନାଇର ଜୟକିଶୋର ମୋସାଲିକାନ୍ତି ଓ ସାଥୀ କଳାକାର କୁଚିପୁଡି ନୃତ୍ୟ ପରିବେଷଣ କରିଥିଲେ ।

ଶେଷ ସଂଧ୍ୟାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ତଥା ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ୍‌ ରାଉତରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.