Below header

କ୍ରୁଜ୍ ଡ୍ରଗ୍ସ ପାର୍ଟି ଲିଙ୍କରେ ଓଡିଶାରୁ ଥିଲେ ଦୁଇଜଣ, ଅତିଥି ସାଜି ଖୁବ୍ ମସ୍ତୀ କରିଥିଲେ

କେନ୍ୟୁଜ୍(ବ୍ୟୁରୋ):  ତଦନ୍ତ ଆଗଉଛି । ଖୋଲୁଛି କ୍ରୁଜ୍‌ ଡ୍ରଗ୍ସ ପାର୍ଟି ଲିଙ୍କର ଗୁମର । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ବଢୁଛି ଗିରଫଦାରୀ । ଏନସିବି ସ୍କାନରକୁ ଆସୁଛନ୍ତି ଜଣଙ୍କ ପରେ ଜଣେ ଅଭିଯୁକ୍ତ । ଏବେ ସାମନାକୁ ଆସିଛି ଓଡ଼ିଶା ଲିଙ୍କ୍‌ । କ୍ରୁଜ୍‌ ଡ୍ରଗ୍ସ ପାର୍ଟିରେ ଥିଲେ ଦୁଇ ଜଣ ଓଡ଼ିଆ । ରାଉରକେଲାର ଦୁଇ ଜଣଙ୍କୁ ଗିରଫ କରିଛି ଏନସିବି । ମନୀଷ ରାଜଗରିଆ ଓ ଅଭିନ୍‌ ଦିନନାଥ ସାହୁ । ଏମାନେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ସେଦିନ ଜାହାଜରେ ଥିଲେ । ମନୀଷଙ୍କ ଘର ରାଉରକେଲାରେ ଓ ରଘୁନାଥପାଲିରେ ଅଭିନଙ୍କ ଘର । ସେଦିନ ଅନସିବି ରେଡ୍‌ କରିବା ବେଳେ ମନୀଷଙ୍କ ପାଖରୁ ୨.୪ ଗ୍ରାମ୍‌ ଗଞ୍ଜେଇ ଜବତ ହୋଇଥିଲା । ସେହିପରି ଦୁଇ ଥର ଗଞ୍ଜେଇ ଟାଣିଥିଲେ ଅଭିନ୍‌ । ଦୁହେଁ ଅତିଥି ଭାବରେ ଯାଇଥିଲେ । କ୍ରୁଜ୍‌ ଡ୍ରଗ୍ସ ଲିଙ୍କରେ ଓଡ଼ିଶାର ଦୁଇ ଜଣଙ୍କୁ ମିଶାଇ ୮ ଜଣଙ୍କୁ ଗିରଫ କରିଛି ଏନସିବି । ଅଧିକ ଖୋଳତାଡ ଜାରି ରହିଛି ।

ଆର୍ଯ୍ୟନ ଓ ଅନ୍ୟ ଦୁଇ ଅଭିଯୁକ୍ତ ଏନସିବି ହେପାଜତରେ ଅଛନ୍ତି । ୭ ତାରିଖ ଯାଏ ୩ ଜଣଙ୍କୁ ରିମାଣ୍ଡରେ ନେଇ ତଥ୍ୟ ଉଗାରୁଛି ତଦନ୍ତକାରୀ ଟିମ୍‌ । ଡ୍ରଗ୍ସ ଲିଙ୍କର ଖିଅ ଖୋଜା ଚାଲିଛି । କେଉଁଯାଏ ଲମ୍ବିଛି ଚେର ? ଅଭିଯୁକ୍ତଙ୍କ ପାଖରୁ ମିଳୁଥିବା ତଥ୍ୟ ଆଧାରରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌ । ସେପଟେ ଅଧିକ ଖୋଳତାଡ ପାଇଁ ମୁମ୍ବାଇରେ ପହଞ୍ଚିଛି ଦିଲ୍ଲୀ ଏନସିିବି ଟିମ୍‌ । ମୁମ୍ବାଇ ଟିମ୍‌ ସହ ମିଳିତ ଭାବରେ ଖୋଳତାଡ ଚଳାଇଛନ୍ତି । ତଦନ୍ତ ବେଳେ ଏନସିବି ହାତରେ ଲାଗିଛି ଆର୍ଯ୍ୟନ ଓ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ ଫୋନରୁ ଗୁରୁତ୍ୱପୂର୍ଣ୍ଣ ସୁରାକ । ହ୍ଵାଟସଆପ୍‌ ଚାର୍ଟରୁ ଡ୍ରଗ୍ସ ଲିଙ୍କର ଖିଅ ବି ମିଳିଛି । କୁହାଯାଉଛି, ଡ୍ରଗ୍ସ ପାଇଁ ଆର୍ଯ୍ୟନ୍‌ କୋଡ୍‌ ଓ୍ଵାଡ୍‌ ବ୍ୟବହାର କରୁଥିଲେ ।

kruja1

କ୍ରୁଜର ସିଇଓଙ୍କୁ ଦ୍ୱିତୀୟ ଥର ସମନ୍‌ କରିଛି ଏନସିବି । ରେଡ୍‌ ବେଳେ ଜାହାଜରୁ ବିପୁଳ ପରିମାଣର ଡ୍ରଗ୍ସ ମିଳିଥିଲା । ଏହି ମାମଲାରେ କ୍ରୁଜ୍‌ ସିଇଓଙ୍କୁ ପୁଣି ଜେରା ହେବ । ସେପଟେ ମୁମ୍ବାଇ ପୋଲିସ ମଧ୍ୟ କ୍ରୁଜ ପାର୍ଟିର ତଦନ୍ତ ଆରମ୍ଭ କରିଛି । କ୍ରୁଜରେ ପାର୍ଟି କରିବାକୁ ଅନୁମତି ପାଇଁ ପୋଲିସ ନିକଟରେ କୌଣସି ଲିଖିତ ଆବେଦନ ହୋଇନଥିଲା । ଏନେଇ ସିପିଂ ଆଣ୍ଡ ମୁମ୍ବାଇ ପୋର୍ଟ ଟ୍ରଷ୍ଟ ଡିଜିଙ୍କ ସହ ଆଲୋଚନା କରିବ ବୋଲି ମୁମ୍ବାଇ ପୋଲିସ ପକ୍ଷରୁ କୁହାଯାଇଛି । ଆଗକୁ କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲା କି ମୋଡ଼ ନେଉଛି, ତାଉପରେ ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.