ମୋ ସରକାରକୁ ପରବର୍ତ୍ତୀ ସ୍ତରକୁ ନେବାର ସମୟ ଆସିଛି, ହିତାଧିକାରୀ ମାନଙ୍କ ସହ ସିଧାକଥା ହେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ମୋ ସରକାରକୁ ପରବର୍ତ୍ତୀ ସ୍ତରକୁ ନେବାର ସମୟ ଆସିଛି। ତେଣୁ ସବୁ ସ୍ତରରେ ସବୁ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଲୋକଙ୍କଠାରୁ ଅଧିକରୁ ଅଧିକ ଫିଡ୍‌ ବ୍ୟାକ୍‌ ନେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ମୋ ସରକରାର ଅଗ୍ରଗତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ । ବିଭାଗୀୟ ଅଧିକାରୀମାନଙ୍କୁ ଆହୁରି କ୍ରିୟାଶୀଳ ହୋଇ କାର୍ଯ୍ୟ କରିବାକୁ ଦେଇଥିଲେ ପରାମର୍ଶ। ତହସିଲ ଓ ସବ୍‌ ରେଜିଷ୍ଟାର ଅଫିସରେ ଦିଆଯାଉଥିବା ସେବାରେ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, ଯେଉଁ ବିଭାଗ ଗୁଡିକର ଫିଡ୍‌ବ୍ୟାକ୍‌ ଗ୍ରହଣ ସନ୍ତୋଷ ଜନକ ନୁହେଁ ସେ ବିଭାଗଗୁଡିକର କାର୍ଯ୍ୟ ସମୀକ୍ଷା କରିବା ସହ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏବେ ୨୭ ବିଭାଗରେ ୨୨୫ଟି ସେବା ମୋ ସରକାରରେ ସାମିଲ ହୋଇଛି।

୨କୋଟି ଲୋକଙ୍କ ଡାଟା ବେସ୍‌ ରହିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋ ସରକାର ଜରିଆରେ ଓଡିଶାରେ ଏକ ସର୍ବଜନ ହିତକାରୀ ସମାଜ ଗଠନକୁ ସୁନିଶ୍ଚିତ କରାଯିବ। ରାଜ୍ୟ ସରକାରଙ୍କ ପ୍ରଶାସନ ୫-ଟି ନୀତି ଦ୍ଵାରା ପରିଚାଳିତ। ଏହା ଦ୍ୱାରା ସବୁ କ୍ଷେତ୍ରରେ ରୂପାନ୍ତର ଆଣିବା ସରକାରଙ୍କ ଲକ୍ଷ୍ୟ। ବୈଠକରେ ମୁଖ୍ୟମନ୍ତ୍ରୀ କିଛି ହିତାଧିକାରୀଙ୍କ ସହ ଟେଲିଫୋନରେ ସିଧା କଥାହୋଇ ଫିଡ୍‌ବ୍ୟାକ ନେଇଥିଲେ । ଜାତିଗତ ପ୍ରମାଣପତ୍ର ନେବା ପାଇଁ ତହସିଲକୁ ଯାଇଥିବା ବ୍ୟକ୍ତି, ମ୍ୟୁନିସିପାଲିଟକୁ ସେବା ପାଇଁ ଯାଇଥିବା ବ୍ୟକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବେସରକାରୀ ହସ୍ପିଟାଲକୁ ଚିକିତ୍ସା ପାଉଥିବା ବ୍ୟକ୍ତି, ଥାନାକୁ ବିଭିନ୍ନ ଅଭିଯୋଗ ନେଇ ଯାଇଥିବା ବ୍ୟକ୍ତିଙ୍କ ସହିତ ମୁଖ୍ୟମନ୍ତ୍ରୀ କଥା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.