Below header

କାମ ଦେଲାକି ବିଭିନ୍ନ ସଂଗଠନର ଆନ୍ଦୋଳନ? ଗାଇଡ଼ ଲାଇନକୁ ସାମାନ୍ୟ କୋହଳ କଲା ବିଏମସି

କେନ୍ୟୁଜ୍(ବ୍ୟୁରୋ): କାମ ଦେଲାକି ଆନ୍ଦୋଳନ? ଯେଉଁଥିପାଇଁ କଟକଣାକୁ ସାମାନ୍ୟ କୋହଳ କଲା ବିଏମସି। ଏପ୍ରଶ୍ନ ଏବେ ଆନ୍ଦୋଳନ କରୁଥିବା ଟେଣ୍ଟ ଲାଇଟ ଓ ମଣ୍ଡପ ମାଲିକମାନଙ୍କ ମନରେ ସୃଷ୍ଟି ହେଇଛି। କାରଣ  ଆନ୍ଦୋଳନ ପରେ ସାମନ୍ୟତମ କଟକଣାକୂ କୋହଳ କରିଛି ଭୁବନେଶ୍ବର ମହାନଗର ନିଗମ। କେବଳ ମଣ୍ଡପ ମାଲିକ ନୁହନ୍ତି ବିଭିନ୍ନ ସଂଗଠନ  ବିଏମସିର ପୂର୍ବ ଗାଇଡ଼ ଲାଇନକୁ ବିରୋଧ କରିଥିଲେ। ବିଏମସି କମିଶନରଙ୍କ ସହ ଆଲୋଚନା ପରେ ଗାଇଡ଼ ଲାଇନରେ ହୋଇଛି ସାମାନ୍ୟ ପରିବର୍ତ୍ତନ ।

ବିବାହ, ବ୍ରତ ଓ ଶୁଦ୍ଧିକର୍ଯ୍ୟ ପାଇଁ ବିଏମସି ଜାରି କରିଛି ପରିବର୍ତ୍ତିତ ଗାଇଡ଼ଲାଇନ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି ନୂତନ ଗାଇଡ଼ଲାଇନ।

  • ବିବାହ ବ୍ରତ କିମ୍ବା ଶୁଦ୍ଧି କ୍ରିୟାରେ କୌଣସି ସମୟରେ ଏକାଥରେ ଏକ ସଂଗରେ ୫୦ରୁ ଅଧିକ ଜଣ ରହି ପାରିବେ ନାହିଁ।
  • ମଆବଦ୍ଧ ଅଂଚଳରେ କାର୍ଯ୍ୟକ୍ରମ ହେଉଥିଲେ ହଲ୍‌ କ୍ଷମତାର ୫୦ପ୍ରତିଶତରୁ ଅଧିକ ଜଣ ରହିବା ପାରିବେ ନାହିଁ।ସେଥିରେ ବି କୌଣସି ଏକ ସମୟର ଏକାଥରେ ୫୦ରୁ ଅଧିକ ଜଣ ରହି ପାରିବେ ନାହିଁ
  • ୬ ଫୁଟ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ
  • ଏହି କଟକଣା ଅନ୍ୟ ବ୍ୟାବସାୟିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଲାଗୁ ହୋଇଛି।

ସେପଟେ ମହାଳୟା ଅବସରରେ ବିନ୍ଦୁସାଗରରେ ଅନୁଷ୍ଠିତ ହେଉଥିବା ବ୍ରାହ୍ମଣ ଭୋଜନ ସହ ଅନ୍ୟ ରୀତିନୀତି ଉପରେ କଟକଣା ଲଗାଇଛି ବିଏମ୍‌ସି। କାଲି ମହାଳୟା ଅବସରରେ ଭିଡ କମାଇବାକୁ ଏହି କଟକଣା ଲଗାଇଛି ବିଏମ୍‌ସି।

  •  ମହାଳୟା ଶ୍ରାଦ୍ଧ ଅବସରରେ ବିନ୍ଦୁ ସାଗରରେ ଲାଗିଲା କଟକଣା
  •  ଶ୍ରାଦ୍ଧ କିମ୍ବା ବ୍ରାହ୍ମଣ ଭୋଜନ ମନା
  • ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଲାଗୁ ହେଲା କଟକଣା

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.