ବୁମ ପାଲଟିଛି ଦାଦା ବଟିର ଅସ୍ତ୍ର, ସାମ୍ବାଦିକ ନାଁରେ ପଇସା ମାଗୁଥିବା ଦୁଇ ଦଲାଲ୍ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ମହିଳାଙ୍କ ଠାରୁ ଧମକାଇ ଟଙ୍କା ଆଦାୟ କରିବା ଅଭିଯୋଗରେ ଆଜି ଦୁଇ ୱେବ ସାମ୍ବାଦିକଙ୍କୁ ବାନ୍ଧିଲା ମଞ୍ଚେଶ୍ୱର୍ ଥାନା ପୋଲିସ। ନ୍ୟୁଜ୍ ପରିବର୍ତ୍ତନ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲର ମାଲିକ ବୋଲାଉ ଥିବା ପ୍ରଶାନ୍ତ ରାଉତ ଓ କ୍ୟାମେରା ମ୍ୟାନ ଚନ୍ଦ୍ରମଣି ଦଳେଇକୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ।ପୋଲିସ ଦେଇଥିବା ସୂଚନା ଅନୁସାରେ ନ୍ୟୁଜ୍ ପରିବର୍ତ୍ତନ ନାମକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲି ବିଭିନ୍ନ ସମୟର ଅନେକ ଲୋକଙ୍କଠାରୁ ବହୁ ଉପାୟରେ ଟଙ୍କା ଆଦାୟ କରୁଥିବା କଥା ପୋଲିସ ସାମ୍ନାକୁ ଆସିଥିଲା। ତେବେ ସବୁ କଥା ସତ ହୋଇଥିଲା ଯେତେବେଳେ ମଞ୍ଚେଶ୍ଵର୍ ଥାନା ଅଞ୍ଚଳର ଜଣେ ମହିଳା ଥାନାକୁ ଆସି ଅଭିଯୋଗ କରିଥିଲେ, ସେତେବେଳେ ସବୁ ସତ୍ୟ ପଦାକୁ ଆସିଥିଲା।

ଘଟଣା ପ୍ରକାରେ ଦୁଇ ଜଣ ମହିଳାଙ୍କ ମଧ୍ୟରେ କୌଣସି କାରଣରୁ ଟଙ୍କା ଦେବା ନେବାକୁ ନେଇ ଗଣ୍ଡଗୋଳ ଚାଲିଥିଲା।ତାକୁ ଜଣେ ମହିଳା ଏହି  ୟୁଟ୍ୟୁବ ଚ୍ୟାନେଲର ସାମ୍ବାଦିକ ପ୍ରଶାନ୍ତ ରାଉତକୁ ଜଣାଇ ଥିଲେ। ଏହାର ସୁଯୋଗ ନେଇ  ପ୍ରଶାନ୍ତ ଅନ୍ୟ ପକ୍ଷର ମହିଳାଙ୍କୁ ଟଙ୍କା ମାଗିଥିଲେ ।ଆଉ କହିଥିଲେ ଯଦି ଟଙ୍କା ନଦେବେ ତେବେ ସମ୍ବାଦ ପରିବେଷଣ କରିଦେବି ବୋଲି ଧମକ ଦେଇଥିଲେ।

ଧମକ ପାଇ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନାରେ ଆସି ଅଭିଯୋଗ କରିଥିଲେ।ମହିଳା ଜଣଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜ୍ଜୁ କରି ପ୍ରଶାନ୍ତ ରାଉତ ଓ କ୍ୟାମେରା ମ୍ୟାନ ଚନ୍ଦ୍ରମଣି ଦଳେଇଙ୍କୁ କୋର୍ଟ ଚାଲାଣ କରିଥିଲା।ଆଉ ସେ  ନ୍ୟୁଜ୍ ପରିବର୍ତ୍ତନ ସଂସ୍ଥା ଅଫିସକୁ ସିଲ୍ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.