Below header

ତେଲ୍‌କୋଇ : ଜଳିଗଲା ୨୦ ଏକର କାଜୁ ବଗିଚା

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ତେଲ୍‌କୋଇ ବ୍ଲକ୍‌ ଦେଉଳଡିହା ଓ ନୂଆଗଡ଼ ଗ୍ରାମରେ ୨୦ ଏକର କାଜୁ ବଗିଚା ଜଳିଯାଇଥିବା ଅଭିଯୋଗ ହୋଇଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଥିବା ଜଣାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଆଜି ଅପରାହ୍ଣ ଗୋଟାଏ େ ବଳେ କେହି ଦୁର୍ବୃତ୍ତ ଶୁଖିଲା ଘାସରେ ନିଆଁ ଲଗାଇ ଦେବାରୁ ଅଳ୍ପ ସମୟ ମଧ୍ୟରେ ନିଆଁ ୨୦ ଏକର ଜମିକୁ ଚରିଯାଇଥିଲା । ଫଳରେ ସେଠାରେ ଥିବା କାଜୁ ଗଛଗୁଡ଼ିକ ନିଆଁ ଧାଷରେ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।
ଖବର ପାଇ ଅଗ୍ନିଶମ ବାହିନୀ ଓ ବନ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

 

cashew garden

ଖବର ଲେଖାହେବା ପର୍ଯ୍ୟନ୍ତ ନିଆଁ ଆୟତ୍ତ ହୋଇନାହିଁ । ଏହି ନିଆଁରେ ମଧ୍ୟ ନୂଆଗଡ଼ ମଣ୍ଡେଇ ସାହିର ଅଦ ମୁଣ୍ଡା ଓ ଦସରୁ ମୁଣ୍ଡାଙ୍କ ନଡ଼ା ଓ କୁଟା ଭାଡ଼ି ପୋଡିଯାଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.