ଖରାଦିନେ ବ୍ରଣ ସମସ୍ୟାକୁ ନେଇ ରହୁଛନ୍ତି କି ଚିନ୍ତିତ? ତା’ହେଲେ ଚେହେରାରେ ଲଗାନ୍ତୁ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌

ଖରାଦିନ ଆସିଲେ ତ୍ୱଚା ଉପରେ ପ୍ରଥମେ ବ୍ରଣ ସମସ୍ୟା ହିଁ ବାହାରିଥାଏ, ଯାହାର କାରଣ ହେଉଛି ପ୍ରବଳ ଗରମ ଏବଂ ଝାଳ। ନିଜ ସ୍କିନ୍‌କୁ ସୁରକ୍ଷିତ ରଖିବା ପାଇଁ ମହିଳାମାନେ ଖରାଦିନେ ସନସ୍କ୍ରୀନ୍‌ ଆଦି ବ୍ୟବହାର କରିଥାଆନ୍ତି। କିନ୍ତୁ ଏହା ସତ୍ତ୍ୱେ କୌଣସି ପ୍ରଭାବ ପଡ଼ି ନ ଥାଏ। ଏମିତିରେ ଯଦି ଆପଣ ବି ଏହି ଦିନେ ବ୍ରଣ, ଟ୍ୟାନିଂ ଆଦି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି, ତା’ହେଲେ ଆମେ ଆପଣଙ୍କ ପାଇଁ ଏମିତି କିଛି ଜିନିଷ ନେଇକି ଆସିଛୁ, ଯଦ୍ଦ୍ଵାରା ଆପଣଙ୍କୁ ବହୁତ ଆରାମ ମିଳିପାରିବ।

ଗ୍ରୀଷ୍ମ ଋତୁରେ ପିଜୁଳି ବହୁତ ଲାଭଦାୟକ ହୋଇଥାଏ। ସେହିପରି ଏହାର ପତ୍ର ମଧ୍ୟ ବହୁତ ଉପକାରୀ ବୋଲି ଜଣାଯାଏ। ପିଜୁଳି ପତ୍ରରେ ଆଣ୍ଟି ମାଇକ୍ରୋବିୟଲ ଆକ୍ସନ ହୋଇଥାଏ। କାହିଁକି ନା, ଏଥିରେ ଗ୍ୟାଲିକ ଏସିଡ୍‌, ଏସ୍କୋର୍ବିକ ଏସିଡ, କାରୋଟେନାଇଡ୍‌ସ ଭଳି ଆକ୍ଟିଭ ଇନ୍‌ଗ୍ରୀଡିଏଣ୍ଟସ୍‌ ମହଜୁଦ ଥାଏ, ଯାହାକି ସ୍କିନ୍‌ ଇନ୍‌ଫେକ୍ସନ ଏବଂ ଜ୍ୱଳନ ଆଦିକୁ ଠିକ୍‌ କରିପାରିଥାଏ। ଆଜି ଆମେ ପିଜୁଳି ପତ୍ରର ଫେସ୍‌ ପ୍ୟାକ୍‌ ପ୍ରସ୍ତୁତି ବିଷୟରେ କହିବୁ।

ଆବଶ୍ୟକ ସାମଗ୍ରୀ

-ପ୍ରଥମେ କଅଁଳ ପିଜୁଳି ପତ୍ର ନିଅନ୍ତୁ।

-ଏହାକୁ ଭଲ ଭାବେ ସଫା କରି ନିଅନ୍ତୁ।

-ଏଥିରେ ଅଳ୍ପ ପାଣି ଦେଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ।

ଲଗାଇବା ବିଧି

ଏହାକୁ ଲଗାଇବା ପାଇଁ ପ୍ରଥମେ ଚେହେରାକୁ ନଖଉଷୁମ ପାଣି ଅଥବା ମାଇଲ୍ଡ କ୍ଲିଞ୍ଜରରେ ଧୁଅନ୍ତୁ। ନଚେତ୍‌ ଆପଣ ନିଜ ଚେହେରାକୁ ୫ ମିନିଟ୍‌ ପାଇଁ ଷ୍ଟିମ୍‌ ମଧ୍ୟ ଦେଇପାରିବେ, ଯାହାଫଳରେ କି, ଲୋମକୂପ ଖୋଲିଯିବ। ଏବେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ। ପେଷ୍ଟ ଶୁଖିଯିବା ପରେ ଚେହେରାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.