ପରଜଙ୍ଗ : ଜଳିଗଲା ୫ ଗୁହାଳ ସହ ୨ ବଖରା ଘର, ଗୋଟିଏ ଗାଈ ଜୀବନ୍ତ ଦଗ୍ଧ

ଢ଼େଙ୍କାନାଳ :  ଢ଼େଙ୍କାନାଳ ଜିଲ୍ଲା ପରର୍ଜଙ୍ଗ ବ୍ଲକ ଅନ୍ତର୍ଗତ ଲୋଧଣୀ ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ୫ଟି ଗୋରୁ ଗୁହାଳ ଓ ୨ ବଖରା ଆବାସିକ ଘର ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି ।

ସୂଚନାନୁସାରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୨ଟା ବେଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଘଟିଥିଲା । ଚାହୁଁ ଚାହୁଁ ନିଆଁ ୫ଟି ଗୁହାଳ ସହ ୨ଟି ଆବାସିକ ଘରକୁ ମାଡ଼ି ଯାଇଥିଲା । ସୂଚନା ପାଇ ପର୍ଜଙ୍ଗ ଅଗ୍ନିଶମ ବାହିନୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ୫ ଟି ଗୁହାଳ ସହ ୨ ବଖରା ଆବାସିକ ଘର ପୋଡି ପାଉଁଶ ହୋଇଯାଇଥିଲା ।

ଗାଁର ରମେଣ ସାହୁଙ୍କ ୨ ବଖରା ଘର ପୋଡ଼ି ଯାଇଥିବା ବେଳେ ରଘୁନାଥ ବିଶ୍ୱାଳଙ୍କ ଗୋରୁ ମରିଯାଇଛି । ସେହିପରି ନରହରି ରାଉତ ଓ ମେଘନା ସାହୁଙ୍କର ଗୁହାଳ ପୋଡ଼ିଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ସେ ସମ୍ପର୍କରେ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.