Below header

ଖୋଲିଲା ହୀରାକୁଦର ୨୦ଟି ଗେଟ୍‌, ମହାନଦୀ ଅବବାହିକାରେ ଥିବା ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି

(କେନ୍ୟୁଜ): ଲଗାଣ ବର୍ଷାରେ ଫୁଲୁଛି ମହାନଦୀ । ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ୨୦ଟି ଗେଟ୍‌ ଦେଇ ଏବେ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି । ଆଜି ସକାଳେ ୪ଟି ଓ ପରେ ଖୋଲିଥିଲା ଆଉ ୬ଟି ଗେଟ୍‌ । ବାମପାର୍ଶ୍ୱରୁ ୧୩ଟି ଓ ଡାହାଣ ପାର୍ଶ୍ୱରୁ ୭ଟି ଗେଟ୍‌ ଖୋଲିଛି । ଉପରମୁଣ୍ଡରେ ବର୍ଷା ବଢ଼ିଲେ ଓ ଡ୍ୟାମର ଜଳସ୍ତର ବଢ଼ିଲେ ଅଧିକ ଗେଟ୍‌ ଖୋଲାଯିବ । ହୀରାକୁଦରୁ ପାଣି ଛଡ଼ାଯାଇଥିବାରୁ ମହାନଦୀ ଅବବାହିକାରେ ଥିବା ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ମହାନଦୀ ମଧ୍ୟକୁ କେହି ନ ଯିବାକୁ ଦିଆଯାଇଛି ପରାମର୍ଶ ।

ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬.୦୪ ଫୁଟ୍‌ । ପ୍ରତି ସେକେଣ୍ଡରେ ୪ ଲକ୍ଷ ୧ ହଜାର ୯୦୪ କ୍ୟୁସେକରୁ ଅଧିକ ପାଣି ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩ ଲକ୍ଷ ୪୧ହଜାର ୫୬୦ କ୍ୟୁସେକ୍‌ ପାଣି । ମହାନଦୀ ତଳମୁଣ୍ଡରେ ଛୋଟ ବନ୍ୟା ଆଶଙ୍କା କରାଯାଉଛି । ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି, ସହର ପାଇଁ କିଛି ଅସୁବିଧା ନାହିଁ । ଅଧିକ ଗେଟ ଖୋଲିଲେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରିବାର ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.