‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇଥିଲେ ଡାଉନଲୋଡ କରିନିଅନ୍ତୁ ସାର୍ଟିଫିକେଟ୍‌, ଜାଣନ୍ତୁ ପ୍ରୋସେସ

ଦେଶ ଏଥର ୭୫ତମ ସ୍ୱାଧୀନତା ଦିବସ ପାଳନ କରିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା ଅଭିଯାନ କରିଛନ୍ତି। ମୋଦି ସମସ୍ତ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ଅପିଲ୍‌ କରିଛନ୍ତି। ଲୋକେ ନିଜ ଘରେ ତ୍ରିରଙ୍ଗା ମଧ୍ୟ ଲଗାଉଛନ୍ତି। ଯଦି ଆପଣ ଏହି ଅଭିଯାନରେ ସାମିଲ ହୋଇ ଘରେ ତ୍ରିରଙ୍ଗା ଲଗାଇସାରିଛନ୍ତି, ତେବେ ଆପଣ ସାର୍ଟିଫିକେଟ ଡାଉନଲୋଡ କରିପାରିବେ।

ଚଳିତବର୍ଷ ଦେଶ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହାକୁ ଖାସ୍‌ କରିବା ପାଇଁ ସରକାର ଆଜାଦୀକା ଅମୃତ ମହୋତ୍ସବ ପାଳନ କରୁଛନ୍ତି। ଏହା ଅଧିନରେ ଅନେକ ଅଭିଯାନ ଚଲାଯାଉଛି। ଏହା ମଧ୍ୟରେ ରହିଛି ତ୍ରିରଙ୍ଗା ଅଭିଯାନ। ତ୍ରିରଙ୍ଗା ଅଭିଯାନର ଆରମ୍ଭ ୨୨ ଜୁଲାଇରୁ ମୋଦି ଆରମ୍ଭ କରିଥିଲେ। ଲୋକଙ୍କୁ ଏଥିପାଇଁ ୨ ଅଗଷ୍ଟରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ଲଗାଇବା ପାଇଁ ଅନୁରୋଧ କରିଥିଲେ। ଏହାସହିତ ୧୩ ଅଗଷ୍ଟରୁ ୧୫ ଅଗଷ୍ଟ ଭିତେର ନିଜ ଘରେ ତ୍ରିରଙ୍ଗା ଲଗାଇବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।

କେମିତି ସହଜରେ ସାର୍ଟିଫିକେଟ ଡାଉନଲୋଡ କରିବେ, ଜାଣନ୍ତୁ :

– ପ୍ରଥମେ ଆପଣ ମୋବାଇଲ କିମ୍ବା କମ୍ପ୍ୟୁଟରରେ ଗୁଗଲ୍‌ ବ୍ରାଉଜରକୁ ଯାଇ harghartirang.com େଓ୍ଵବସାଇଟକୁ ଓପନ କରନ୍ତୁ।

– ଏହା ପରେ ପେଜ୍‌ ରେଜିଷ୍ଟ୍ରସନ କରାନ୍ତୁ। ଏଥିପାଇଁ ନିଜ ନାମ ଏବଂ ମୋବାଇଲ ନମ୍ବର ଦିଅନ୍ତୁ। ଏହା ପାଇଁ ଏକ ପ୍ରୋଫାଇଲ ପିକ୍ଚର ମଧ୍ୟ ଦେବାକୁ ହେବ।

– ଏବେ ଗୁଗୁଲ ଆକାଉଣ୍ଟ ଜରିଆରେ ଲଗଇନ୍‌ କରନ୍ତୁ।

– ଏହାପରେ ଆପଣଙ୍କୁ ନିଜ ଲୋକେସନର ଆକ୍ସେନ ଦେବାକୁ ପଡିବ। ଏହାକୁ ଆପଣ ଅନୁମତି (Allow) କରନ୍ତୁ।

– ଏବେ ଆପଣ ମ୍ୟାଚରେ ନିଜ ଲୋକେସନରେ ତ୍ରିରଙ୍ଗା ପିନ୍‌ କରିବାର ବିକଳ୍ପ ମିଳିବ।

– ଲୋକେସନରେ ପିନ୍‌ କରିବା ପରେ କିଛି ସେକେଣ୍ଡ ପରେ ଆପଣଙ୍କୁ ହରଘର ତ୍ରିରଙ୍ଗା ଅଭିଯାନରେ ସାମିଲ ସାର୍ଟିଫିକେଟ ମିଳିଯିବ।

– ଏବେ ଏଠାରେ କ୍ଲିକ କର ଏହାକୁ ଆପଣଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.