Below header

ଦାଦନଙ୍କ କରୁଣ କାହାଣୀ, ବେଙ୍ଗାଲୁରୁର ଇଟାଭାଟିରୁ ୨୦୪ ଦାଦନ ଶ୍ରମିକ ଉଦ୍ଧାର

ଟିଟିଲାଗଡ଼ (କେନ୍ୟୁଜ୍) : ବେଙ୍ଗାଲୁରୁରୁ ଉଦ୍ଧାର ହେଲେ ୨୦୪ ଦାଦନ ଶ୍ରମିକ । ବେଙ୍ଗାଲୁରୁର ଏକ ଇଟା ଭାଟିରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାରଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ଶ୍ରମ ବିଭାଗ ମିଳିତ ଭାବେ ଏମାନଙ୍କୁ ଉଦ୍ଧାର କରିଛନ୍ତି । ଏମାନେ ସମସ୍ତେ ବଲାଙ୍ଗିର, ନୂଆପଡ଼ା, ସୋନପୁର,ବରଗଡ଼ ଜିଲ୍ଲାର । ବେଙ୍ଗାଲୁରୁରୁ ଉଦ୍ଧାର କରି ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡ଼ ରେଳ ଷ୍ଟେସନରେ ଓହ୍ଲାଇଥିଲେ । ଓଡ଼ିଶାରେ ପହଞ୍ଚିବା ପରେ କହିଛନ୍ତି ସେମାନଙ୍କ କରୁଣ କାହାଣୀ । ସେମାନଙ୍କ କହିବା ଅନୁସାରେ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ସେଠାରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା । ସେମାନଙ୍କୁ ଖାଇବାକୁ ଦିଆଯାଉନଥିଲା । ଏପରି ରୋଗରେ ପଡ଼ିଲେ ମଧ୍ୟ ଚିକିତ୍ସା କରାଯାଉନଥିଲା । ରୋଗୀ ଶ୍ରମିକଙ୍କୁ କାମ କରିବାକୁ ବାଧ୍ୟ କରାଯାଉଥିଲା । ସେପଟେ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ ଦଲାଲ । ତଦନ୍ତ ପରେ ଦାଦନ ଦଲାଲ ସଂପର୍କରେ ଜଣାପଡ଼ିବ ବୋଲି କହିଛି ଜିଲ୍ଲା ଶ୍ରମ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.