ଆଇପିଏଲ୍-୨୦୨୦ : ଉଦ୍ଘାଟନୀ ମୁକାବିଲାରେ ଓହ୍ଲାଇବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ
ମୁମ୍ବାଇ : ଆଇପିଏଲ୍-୨୦୨୦ ପାଇଁ ପ୍ରସ୍ତୁତି ସରି ଆସୁଛି । ଏହାର ପୂରା ସୂଚୀ ମଧ୍ୟ ଜଣା ପଡ଼ିଗଲାଣି । ଉଦ୍ଘାଟନୀ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ । ମାର୍ଚ୍ଚ ୨୯ ତାରିଖରେ ଏହି ମ୍ୟାଚ୍ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ମେ ୧୭ ତାରିଖ ଦିନ ରୟାଲ ଚ୍ୟାଲେଞ୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ । ଫାଇନାଲ୍ ମ୍ୟାଚ୍ ଖେଳାଯିବ ମେ ୨୪ ତାରିଖରେ । ମ୍ୟାଚ୍ ସବୁ ରାତି ୮ଟାରୁ ଆରମ୍ଭ ହେବ । ତେବେ ବିଧିବଦ୍ଧ ଭାବେ କ୍ରୀଡ଼ାସୂଚୀ ପ୍ରକାଶ କରାଯାଇ ନାହିଁ । କାରଣ ନକ୍ଆଉଟ୍ ରାଉଣ୍ଡର ସୂଚୀ ପ୍ରସ୍ତୁତ ହେବା ବାକି ଅଛି । ଅବଶ୍ୟ ଉଦ୍ଘାଟନୀ ମ୍ୟାଚ୍ ପୂର୍ବରୁ ଆଗାମୀ ଆଇପିଏଲ୍ର ବିଭିନ୍ନ ନାମୀ ଖେଳାଳିଙ୍କୁ ନେଇ ଏକ ଅଲ୍ଷ୍ଟାର୍ ମ୍ୟାଚ୍ ଆୟୋଜିତ ହେବ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୂର୍ବରୁ ଘୋଷଣା କରିଥିଲେ ।