Below header

‘ସମୁଦ୍ର ସ୍ୱର୍ଣ୍ଣ’ କୁହାଯାଉଥିବା ୨୨ କିଲୋ ଓଜନର ଏହି ମାଛ ୧ ଲକ୍ଷ ୪୩ ହଜାର ଟଙ୍କାରେ ନିଲାମ !

ଓଡ଼ିଆରେ ଏକ ବିରଳ ସାମୁଦ୍ରିକ ମାଛ ୧ ଲକ୍ଷ ୪୩ ହଜାରରେ ନିଲାମ ହୋଇଛି। ଏହି ମାଛର ଓଜନ ୨୨ କିଲୋ। ଏହାକୁ ସ୍ଥାନୀୟ ଭାଷାରେ ତେଲିଆ ମାଛ କୁହାଯାଇଥାଏ। ଭଦ୍ରକ ଜିଲ୍ଲା ଧାମରା ବନ୍ଦରର ଚନ୍ଦନୀପାଲରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ମାଛଟି ଫସିଯାଇଥିଲା। ମାଛକୁ ମୁମ୍ବାଇର ଏକ ଫାର୍ମାସ୍ୟୁଟିକଲ ଫାର୍ମ କିଲୋ ପିଛା ୬ ହଜାର ଟଙ୍କା ଦେଇ କିଣିଛି।

desw

ସୂଚନା ମୁତାବକ, ଗଭୀର ସମୁଦ୍ରରୁ ଏହି ମାଛ ଧରାଯାଇଛି। ଏହା ବହୁତ ମହଙ୍ଗା। ଏହାକୁ ‘ସମୁଦ୍ର ସ୍ୱର୍ଣ୍ଣ’ କୁହାଯାଇଥାଏ। ତେଲିଆ ମାଛକୁ ଔଷଧ ପାଇଁ ମଧ୍ୟ ପ୍ରୟୋଗ କରାଯାଇଥାଏ। ଖାସ କରି ଇଣ୍ଡୋ ପେସିଫିକ ଅଞ୍ଚଳରେ ଏହି ମାଛ ଦେଖାଯାଇଥାଏ। ପ୍ରଜନନ ସମୟରେ ଏହା ମତ୍ସ୍ୟଜୀବୀଙ୍କ ଜାଲରେ ଫସିଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.