ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା, ଆରମ୍ଭ ହେଲା ସେବାୟତ ମାନଙ୍କର କୋଭିଡ ଟେଷ୍ଟ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା । ଏହା ପୂର୍ବରୁ ଆଜି ରଥଯାତ୍ରାରେ ନିୟୋଜିତ ସେବାୟତମାନଙ୍କର କୋଭିଡ ପରୀକ୍ଷା ଆରମ୍ଭ ହୋଇଛି। କେବଳ ସେବାୟତ ଓ ପୋଲିସ ମାନଙ୍କ ଦ୍ଵାରା ରଥଯାତ୍ରା ହେବାକୁ ନିଷ୍ପତ୍ତି ହୋଇଛି। ସେଥିପାଇଁ ୨୫୦ରୁ ଅଧିକ ଆଣ୍ଟିଜେନ କୀଟ ମାଧ୍ୟମରେ ପରୀକ୍ଷା କରାଯିବ।

corona test jajpur

ଆଜି ବିଭିନ୍ନ ସେବାୟତମାନଙ୍କର କୋଭିଡ଼ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ରଥଯାତ୍ରା ପ୍ରକ୍ରିୟା ରୁ ବାଦ ଦିଆଯିବ। ରଥଯାତ୍ରା ସମ୍ପନ୍ନ କରିବାକୁ ମାନ୍ୟବର ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରଥଯାତ୍ରା ପୁର୍ବରୁ ୩ଟି ପର୍ଯ୍ୟାୟରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.