ଥାଇରଏଡକୁ ନେଇ ଚିନ୍ତିତ ଅଛନ୍ତି କି ? ଏହି ୫ଟି ଉପାୟରେ କମାନ୍ତୁ ଓଜନ

ପୃଥିବୀର ସମସ୍ତ ସମସ୍ୟା ମଧ୍ୟରୁ ମୋଟାପଣ ଅନ୍ୟତମ । ଏହି ମୋଟାପାର ସମସ୍ୟା ଦ୍ୱିଗୁଣୀତ ହେଇଯାଏ ଯେତେବେଳେ ଶରୀରରେ ହାଇପୋଥାଇରୋଡିଜମ୍‌ ନାମକ ରୋଗ ଆକ୍ରାନ୍ତ କରେ । ପିଲା ହେଉ କିମ୍ବା ବୃଦ୍ଧ ସମସ୍ତ ବୟସ୍କ ବ୍ୟକ୍ତିଙ୍କ ନିକଟରେ ଏହି ସମସ୍ୟା ଦେଖାଯାଇଥାଏ ।ଏହି ରୋଗ ହେଲେ ଶରୀରରେ ଅଯଥା ମୋଟାପଣ ବୃଦ୍ଧି ହୋଇଥାଏ ।ମୋଟାପଣ ବ୍ୟତୀତ ଥକାପଣ, ଆଣ୍ଠୁବ୍ୟଥା ମଧ୍ୟ ଥାଇରଏଡର ଲକ୍ଷଣ । ନିୟମିତ ବ୍ୟାୟାମ ସହିତ ଖାଇବା ପିଇବାରେ ଧ୍ୟାନ ଦେଲେ ଅନ୍ୟମାନଙ୍କ ତୁଳନାରେ ଅଳ୍ପ ମାତ୍ରାରେ ଓଜନ କମାଇ ପାରିବେ। ଆମ ଶରୀରରେ ଥିବା ଥାଇରୋଏଡ ଗ୍ରନ୍ଥି ଆମ ମେଟାବୋଲିଜିମ ଫଙ୍ଗସନକୁ ନିୟନ୍ତ୍ରିତ କରିଥାଏ ଯାହା ଶରୀରର ଓଜନ କମାଇବାରେ ସହାୟକ ହୋଇଥାଏ ।ତେବେ ନିଜ ଆହାରରେ ସାମାନ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ କରି ଏହି ସମସ୍ୟାକୁ ଦୁର କରାଯାଇ ପାରିବ।ଏହି ୫ଟି ଉପାୟ ଅବଲମ୍ବନ କରି ଆପଣ ହାଇପୋଥାଇରୋଡିଜମ ରୋଗ ସହିତ ମଧ୍ୟ ନିଜର ଓଜନ କମ୍‌ କରି ପାରିବେ ।

କାର୍ବୋହାଇଡ୍ରେଟସ ଠାରୁ ଦୁରେଇ ରୁହନ୍ତୁ:

ହାଇପୋଥାଇରୋଡିଜମ ଦ୍ୱାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କୁ ସରଳ କାର୍ବହାଇଡ୍ରେଟସର ସେବନ କମ୍‌ କରିବା ଉଚିତ୍ ‌। ଅଧିକ ର୍କାବସ୍‌ର ସେବନ କରିବା ଦ୍ୱାରା ଏହା ଶରୀରର ଜଟିଳ କାର୍ବସ ତୃପ୍ତକୁ ବଢାଇଥାଏ ଯାହା ଶରୀରର ମୋଟାପଣକୁ ବୃଦ୍ଧି କରିଥାଏ ।

ବିଶୋଧିତ ଖାଦ୍ୟ ପଦାର୍ଥ ଠାରୁ ଦୁରେଇ ରୁହନ୍ତୁ:

ଚିନି, ତେଲ,ମଇଦା ଭଳି ବିଶୋଧିତ ଖାଦ୍ୟ ମଧ୍ୟ ହାଇପୋଥାଇରୋଡିଜମ ଶରୀର ପାଇଁ କ୍ଷତିକାରକ । ଏହିସବୁ ଖାଦ୍ୟ ଶରୀରରେ ଉଭୟ ଅଳ୍ପ ପୋଷକ ତତ୍ତ୍ୱ ଓ ଅଧିକ କ୍ୟାଲୋରୀ ଯୋଗାଇ ଥାଏ ଯାହା ଓଜନ ହ୍ରାସ କରିବା କ୍ଷେତ୍ରରେ ଭଲ ହୋଇନଥାଏ ।ଏସବୁ ଠାରୁ ଦୁରେଇ ରହି ନିଜ ଖାଦ୍ୟରେ ମହୁ, ହୋଲ ଗ୍ରେନ ଏବଂ ଘିଅ ବ୍ୟବହାର କରନ୍ତୁ ।

weight loss2

ଅଳ୍ପ ଆହାର ସେବନ କରନ୍ତୁ:

ହଇପୋଥାଏରୋଡିଜମ ଅବସ୍ଥାରେ ଭାରି ଖାଦ୍ୟ ଖାଇବା ଦ୍ୱାରା କୋଷ୍ଠ କାଠିନ୍ୟ, ହୃଦ ଘାତ ଏବଂ ବଟିଙ୍ଗ ହେବାର ସମ୍ଭାବନା ହୋଇଥାଏ ।ଆପଣଙ୍କର ଇଣ୍ଟରନାଲ ସିଷ୍ଟମ ଭଲ ଭାବରେ କାର୍ଯ୍ୟ ନକଲେ ଚଳିବା କଷ୍ଟକାର ହୋଇପଡେ । ଏହି ସମସ୍ୟା ଠାରୁ ଦୁରେଇ ରହିବା ପାଇଁ ଅଳ୍ପ ପରିମାଣର ଖାଦ୍ୟ ଖାଆନ୍ତୁ ।

ଆଣ୍ଟି ଇଫଲାମାଟୋରି ଡାଏଟ ଫଲୋ କରନ୍ତୁ:

ଏହି ପ୍ରକାର ଖାଦ୍ୟ ସାମଗ୍ରୀ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା, ମାଂସପେଶୀ ଚାପ,ଅବସାଦରୁ ମୁକ୍ତି ମିଳିଥାଏ ।ଏହା ବ୍ୟତୀତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଓଜନ କରିବାରେ ସାହାଯ୍ୟ କରିଥାଏ ।

ନିୟମିତ ବ୍ୟାୟାମ କରିବା ଉଚିତ୍‌ :

ନିଜ ଶରୀରରୁ ଅତ୍ୟାଧିକ ଚର୍ବି କମ୍‌ କରିବା ପାଇଁ ନିୟମିତ ଯୋଗ କିମ୍ବା ବ୍ୟାୟାମ କରନ୍ତୁ।ବିନା କୌଣସି ଶାରୀରିକ ପରିଶ୍ରମରେ ଓଜନ କମ୍‌ କରିବା ଅସମ୍ଭବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.