Below header

ଭୁବନେଶ୍ୱର : ବେକରେ ଲୁଗା ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର(କେନ୍ୟୁଜ୍‌) :  ଘରେ ଟଙ୍କା ନଦେବାରୁ ଯୁବକ କରିଦେଲେ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅଧୀନ ଆଦର୍ଶ ବସ୍ତିରେ । ପୋଲିସ ଶବ ଜବତ କରି ପୋଷ୍ଟମର୍ଟମ କରିବା ପରେ ଘର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ।

ପୋଲିସ ସୂଚନାନୁଯାୟୀ, ଚନ୍ଦ୍ରଶେଖର ପୁର ଥାନା ଅଧୀନରେ ଥିବା ଆଦର୍ଶ ବସ୍ତି ରେ ଆଜି ପୂର୍ବାହ୍ନ ୧୦ଟା ୩୦ରୁ ୧୧ ଟା ମଧ୍ୟରେ ଜଗନ୍ନାଥ ମଲିକ ନାମକ ଜଣେ ୨୨ ବର୍ଷର ଯୁବକ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ଜଗନ୍ନାଥ ନିଜ ବାପା ମାଆଙ୍କ ସହିତ ଆଦର୍ଶ ବସ୍ତିରେ ରୁହନ୍ତି । ସେ ବସ୍ତିର ଛୋଟ ଛୋଟ ପିଲାମାନଙ୍କୁ ନାଚ ଶିଖାନ୍ତି । ବାପା ଦିନ ମଜୁରିଆ ଭାବରେ କାମକରନ୍ତି । କିଛିଦିନ ତଳେ ଜଗନ୍ନାଥ ମାଆ ବାପାଙ୍କୁ ଟଙ୍କା ଦରକାର ବୋଲି ମାଗିଥିଲା। କିନ୍ତୁ ସେମାନେ ଦେଇପାରି ନଥିଲେ।

sucide

ସେହି ରାଗରେ ଆଜି ସକାଳେ ଜଗନ୍ନାଥ ଖାଇପିଇ ସାରି ବାପା ମାଆ ଙ୍କ ପାଖରେ ବସି କଥା ହେଲାପରେ ନିଜ ରୁମ୍‌ରେ ମାଆଙ୍କ ଲୁଗା ବେକରେ ଗୁଡେଇ ଆତ୍ମହତ୍ୟା କରିଥିଲେ । ମାଆ ଘର ଭିତରକୁ ଆସି ପୁଅ ଛଟ ପଟ ହେଉଥିବା ଦେଖି ଦୌଡ଼ି ଯାଇ ପାଖ ଲୋକଙ୍କୁ ଡାକିଥିଲେ । କିନ୍ତୁ ସେତେବେଳକୁ ପୁଅର ଜୀବନ ଚାଲିଯାଇଥିଲା । ପୁଅକୁ ନେଇ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଚନ୍ଦ୍ରଶେଖରପୁର ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ,ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଭୁବନେଶ୍ୱର ରୁ ରାଜାଙ୍କ ରିପୋର୍ଟ, କେନିୟୁଜ୍ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.