କନ୍ୟା ପିନ୍ଧିଲେ ୭ କିମି ଲମ୍ବା ୱେଡିଙ୍ଗ ଡ୍ରେସ୍, ଗିନିଜ୍ ବୁକ୍ରେ ସ୍ଥାନ ପାଇଲା ନାଁ !

ସାୟପ୍ରସ୍ରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ କନ୍ୟା ବିବାହ ଦିନ ଓ୍ଵାର୍ଲ୍ଡ ରେକର୍ଡ କରିଛନ୍ତି। ବିବାହ ବେଳେ ସେ ଏମିତି ଏକ ଡ୍ରେସ୍ ପିନ୍ଧିଥିଲେ, ଯଦ୍ଦ୍ଵାରା ତାଙ୍କ ନାଁ ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି। ଖାସ୍ କଥା ହେଉଛି, କନ୍ୟାର ବ୍ରାଇଡାଲ୍ ଡ୍ରେସ୍ ୭ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଥିଲା।
ଡ୍ରେସ୍ ସହିତ ମହିଳାଙ୍କ ଏହି ଭିଡିଓ ଗିନିଜ ଓ୍ଵାର୍ଲ୍ଡ ରେକର୍ଡ ନିଜ ଅଫିସିଆଲ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି। ମାରିଆ ପରସ୍କେଭା ନାମ୍ନୀ ମହିଳା ନିଜ ବିବାହରେ ଏତେ ଲମ୍ବାର ଡ୍ରେସ୍ ପିନ୍ଧି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଡ୍ରେସ୍କୁ ଏକ ପଡ଼ିଆରେ ପୂରା ବିଛେଇ ରଖାଯାଇଥିଲା। ମାରିଆ ତାଙ୍କ ବୟାନରେ କହିଥିଲେ, ମୋର ପିଲାବେଳୁ ସ୍ୱପ୍ନ ଥିଲା କି, ସବୁଠାରୁ ଲମ୍ବା େଓ୍ଵଡିଂ େଓ୍ଵଲ୍ର ଓ୍ଵାର୍ଲ୍ଡ ରେକର୍ଡ ବନାଇବି।
ତେବେ ଏହି େଓ୍ଵଡିଂ େଓ୍ଵଲ୍କୁ ପଡ଼ିଆରେ ଠିକ୍ ଢଙ୍ଗରେ ରଖିବା ପାଇଁ ପାଖାପାଖି ୬ ଘଣ୍ଟା ସମୟ ଲାଗିଥିଲା ଏବଂ ୩୦ ଭଲ୍ୟୁଣ୍ଟିୟର ଏହି କାମରେ ନିୟୋଜିତ ହୋଇଥିଲେ। ଇନ୍ଷ୍ଟାଗ୍ରାମ ପେଜ୍ରେ ଏହି ଭିଡିଓକୁ ଶେୟାର କରାଯିବା ପରେ ଏହା ଖୁବ୍ ଭାଇରାଲ ହେଉଛି। କହି ରଖୁଛୁ, ପଶ୍ଚିମ ଦେଶ ସମେତ ବିଶ୍ୱରେ ଏମିତି ଅନେକ ଦେଶ ଅଛି, ଯେଉଁଠି ବିବାହ ବେଳେ କନ୍ୟା ଧଳା ରଙ୍ଗର ଡ୍ରେସ୍ ପିନ୍ଧିଥାଆନ୍ତି। ଏତିକି ହିଁ ନୁହେଁ, ଏହି ଡ୍ରେସ୍ ବି ବହୁତ ଲମ୍ବା ହୋଇଥାଏ।
View this post on Instagram