Below header

ଜୁମ୍‌ ମିଟିଂ ବେଳେ ନଗ୍ନ ହୋଇ କ୍ୟାମେରା ସାମ୍ନାକୁ ଚାଲିଆସିଲେ ନେତାଙ୍କ ପତ୍ନୀ, ଆଉ ତା’ପରେ…

କରୋନା ସଂକ୍ରମଣ ଯୋଗୁ ଏବେ ଅଧିକାଂଶ କମ୍ପାନୀ ସମେତ ସରକାରୀ କର୍ମଚାରୀ ମଧ୍ୟ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରୁଛନ୍ତି। ଏହି ସମୟରେ ସରକାରୀ ଅଧିକାରୀ ଓ ନେତା ମିଟିଂ କରିବାକୁ ଜୁମ୍‌ ଆପ୍‌ ବ୍ୟବହାର କରୁଛନ୍ତି। ତେବେ ଜୁମ୍‌ ଆପ୍‌ରେ ମିଟିଂ ବେଳେ କେତେକ ଏଭଳି ଘଟଣା ଘଟିଛି ଯାହା ଲୋକଙ୍କ ପାଇଁ ଲଜ୍ଜାଜନକ ସାବ୍ୟସ୍ତ ହୋଇଛି।

ଏଭଳି ଏକ ମାମଲା ଦକ୍ଷିଣ ଆଫ୍ରିକାରୁ ସାମ୍ନାକୁ ଆସିଛି। ଏଠାରେ କରୋନାର ବଢ଼ୁଥିବା ସଂକ୍ରମଣକୁ ନେଇ ଚାଲିଥିବା ମିଟିଂ ବେଳେ ଜଣେ ନେତାଙ୍କ ପତ୍ନୀ ବିନା ପୋଷାକରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ସ୍ୱାମୀଙ୍କ ପଛରେ ଠିଆ ହୋଇଥିଲେ। ମିଟିଂ ବେଳେ ଭିଡିଓ କଲ୍‌ରେ ଥିବା ଅନ୍ୟ ନେତାମାନେ ଯେତେବେଳେ ଏହି କଥା ଉକ୍ତ ନେତାଙ୍କୁ କହିଲେ ସେ ସେତେବେଳେ ଲଜ୍ଜିତ ହୋଇଥିଲେ।

ରିପୋର୍ଟ ମୁତାବକ, ଦକ୍ଷିଣ ଆଫ୍ରିକାରେ ୨୩ ପାରମ୍ପରିକ ନେତାଙ୍କ ସଂସ୍ଥା ନ୍ୟାସନାଲ ହାଉସ୍‌ ଅଫ୍‌ ଟ୍ରାଡିସନାଲ ଲିଡର୍ସର ଜଣେ ସଦସ୍ୟ Xolile Ndevu ମଙ୍ଗଳବାର ବୈଠକ ବେଳେ ପୂର୍ବ କେପ୍‌ଟାଉନ୍‌ରେ କରୋନା ସଂକ୍ରମଣ ବିଷୟରେ ଆଲୋଚନା କରୁଥିଲେ। ଏହି ସମୟରେ ଅଚାନକ ତାଙ୍କ ପତ୍ନୀ ସମ୍ପୂର୍ଣ୍ଣ ନଗ୍ନଭାବେ ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଲା। ଏନେଇ ଜଣେ ନେତା ତାଙ୍କୁ କହିବା ସହ ଆପଣ ମିଟିଂରେ ଅଛନ୍ତି ବୋଲି ଅସନ୍ତୁଷ୍ଟ ହୋଇ ତାଗିଦ୍‌ କରିଥିଲେ।

ଏ ବିଷୟରେ ଜାଣିବା ପରେ Xolile Ndevu ଲାଜରେ ନିଜ ମୁହଁ ଲୁଚାଇ ଦେଇଥିଲେ ଓ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଥିଲେ। ଘଟଣା ପର ଦିନ ସେ ସଫେଇ ଦେଇ କହିଥିଲେ, ଏହି ଜୁମ୍‌ ଟେକ୍‌ନିକ୍‌ ଆମ ପାଇଁ ସମ୍ପୂର୍ଣ୍ଣ ନୂଆ ଓ ଏଥିପାଇଁ ଆମକୁ ଟ୍ରେନିଂ ମଧ୍ୟ ଦିଆଯାଇନାହିଁ। ଆମ ଘରେ ବି ଏହା ନୂଆ। ଆମେ ଏହାକୁ ଶିଖି ପ୍ରାଇଭେସି ରଖିପାରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.